Below header

ବେଦମନ୍ତ୍ରରେ କମ୍ପୁଛି ରାମ ନଗରୀ, ରାତି ପାହିଲେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ଛୁଟିଲାଣି ଭକ୍ତଙ୍କ ସୁଅ

ଅନ୍ତ ହେବ ୫ ଶହ ବର୍ଷର ପ୍ରତୀକ୍ଷା । ନିଜ ଜନ୍ମସ୍ଥଳୀ, ମୂଳ ଆସ୍ଥାନରେ ନବ ନିର୍ମିତ ଏ ଦିବ୍ୟ ମନ୍ଦିରରେ ବିରାଜିବେ ପ୍ରଭୁ ଶ୍ରୀରାମ। ଅଯୋଧ୍ୟାନଗରୀକୁ ଛୁଟିଲାଣି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ । ଆଧ୍ୟାତ୍ମିକ ରସରେ ତଲ୍ଲୀନ ଅଯୋଧ୍ୟା ନଗରୀ । ସାଜସଜ୍ଜା ଅତ୍ୟନ୍ତ ଭବ୍ୟ ଓ ଦିବ୍ୟ ଅନୁଭୂତି ଦେଉଛି।

ନୂଆଦିଲ୍ଲୀ : ରାମମୟ ଅଯୋଧ୍ଯା । ବେଦମନ୍ତ୍ରରେ କମ୍ପୁଛି ରାମ ନଗରୀ । ରାତି ପାହିଲେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଅଯୋଧ୍ୟାନଗରୀକୁ ଛୁଟିଲାଣି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ । ଆଧ୍ୟାତ୍ମିକ ରସରେ ତଲ୍ଲୀନ ଅଯୋଧ୍ୟା ନଗରୀ । ସାଜସଜ୍ଜା ଅତ୍ୟନ୍ତ ଭବ୍ୟ ଓ ଦିବ୍ୟ ଅନୁଭୂତି ଦେଉଛି । ମନ୍ଦିରକୁ ଫୁଲ ଓ ସ୍ବତନ୍ତ୍ର ଆଲୋକମାଳାରେ ସଜାଯାଇଛି । ବେଦମନ୍ତ୍ର ଓ ପୂଜାପାଠରେ ରାମଲାଲାଙ୍କ ଶର୍କରାଧିବାସ ଓ ଫଳାଧିବାସ ସମ୍ପନ୍ନ ହୋଇଛି । ଏହାସହ ମନ୍ଦିର ଗର୍ଭଗୃହର ଶୁଦ୍ଧିକରଣ କରାଯାଇଛି। ସାଧୁସନ୍ଥଙ୍କ ଗହଳି ଗହଳିରେ ଉଛୁଳୁଛି ଅଯୋଧ୍ୟା ।

୨୨ ତାରିଖ ମଧ୍ୟାହ୍ନ ୧୨ଟା ୨୯ମିନିଟ ୮ସେକେଣ୍ଡରୁ ୧୨ଟା ୩୦ମିନିଟ ୩୨ ସେକେଣ୍ଡ ମଧ୍ୟରେ ପ୍ରାଣ ପ୍ରତିଷ୍ଠା ପାଇଁ ଶୁଭ ମୁହୂର୍ତ୍ତ ଧାର୍ଯ୍ୟ ହୋଇଛି । ପ୍ରାଣ ପ୍ରତିଷ୍ଠା ପରେ ପ୍ରତିମା ଦେବତା ଜୀବନ ଲାଭ କରିଥାନ୍ତି ବୋଲି ହିନ୍ଦୁ ପରମ୍ପରାରେ ବିଶ୍ବାସ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ମୁଖ୍ୟ କର୍ତ୍ତା ଭାବେ ପ୍ରାଣପ୍ରତିଷ୍ଠା କରିବେ । ଏହା ପୂର୍ବରୁ ରାମଲାଲାଙ୍କ ପ୍ରତିମାକୁ ପ୍ରଥମେ ଜଳ ଓ ଶସ୍ୟରେ ପରେ କ୍ଷୀର ଓ ଅନ୍ୟ ପଦାର୍ଥରେ ଶୁଦ୍ଧ କରାଯିବ। ପରେ ପୁରୋହିତ ଏହାକୁ ହୋମ, ମନ୍ତ୍ରପାଠ ଓ ଅନ୍ୟ ରୀତିନୀତିରେ ପୂଜା କରିବେ ।

ରାମଲାଲା ପ୍ରାଣ ପ୍ରତିଷ୍ଠା ମହୋତ୍ସବ ପାଇଁ ବ୍ଲାକକ୍ୟାଟ କମାଣ୍ଡୋଙ୍କ ସହ ୭ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୭ ହଜାରରୁ ଅଧିକ ନିମନ୍ତ୍ରିତ ଅତିଥି ଯୋଗ ଦେବେ। ଶ୍ରଦ୍ଧାଳୁମାନେ ଜାନୁଆରୀ ୨୩ରୁ ନୂଆ ମନ୍ଦିରରେ ଦର୍ଶନ କରିପାରିବେ । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.