Below header

ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର, ଡ଼ାକ୍ତରଖାନାରେ ଭର୍ତ୍ତି

ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର । କଟକ ମଙ୍ଗୁଳି ଛକରେ ଟ୍ରକ୍ ପଛରୁ ପିଟିଲା ସୁଧାକରଙ୍କ କାର୍ ।

କଟକ (କେନ୍ୟୁଜ): ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର । କଟକ ମଙ୍ଗୁଳି ଛକରେ ଟ୍ରକ୍ ପଛରୁ ପିଟିଲା ସୁଧାକରଙ୍କ କାର୍ । ତାଙ୍କ ଛାତି ଓ ମୁଣ୍ଡର ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ସୁଧାକାର ବାରିପଦାରୁ ସୁଟିଂ ସାରି କଟକ ଫେରୁଥିବାବେଳେ ମଙ୍ଗୁଳି ଛକ ନିକଟରେ ଛିଡ଼ା ହୋଇଥିବା ଏକ ୧୬ ଚକିଆ ଟ୍ରକ ପଛପଟେ ପିଟି ହୋଇଯାଇଥିଲା । ଭୋର ୩ଟାରୁ ୪ଟା ମଧ୍ୟରେ ସୁଧାକାରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ତାଙ୍କ ଗାଡ଼ିଟି ପୁରା ଭାଙ୍ଗିଯାଇଛି । କାର ଭିତରେ ସୁଧାକାର, ତାଙ୍କ ଆସିଷ୍ଟାଣ୍ଟ ଓ ଡ୍ରାଇଭର ଚାପି ହୋଇରହିଯାଇଥିଲେ । ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କଟରରେ ଡୋର କାଟି ବାହାର କରାଯାଇଥିଲା । ସୁଧାକରଙ୍କ ଅବସ୍ଥା ଗୁରୁତର ଥିବାବେଳେ ଆସିଷ୍ଟାଣ୍ଟ ଓ ଡ୍ରାଇଭରଙ୍କ ଅବସ୍ଥା ସ୍ଥିର ରହିଛି । ତେବେ ଦୁର୍ଘଟଣାର କାରଣ ଜଣାପଡିନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.