Below header

ଆପଣାନ୍ତୁ ଏହି ସବୁ ଘରୋଇ ଉପାୟ, ପାଦ ପୀଡାରୁ ମୁକ୍ତି ପାଆନ୍ତୁ

ପ୍ରାୟ ସମୟରେ ଦେଖାଯାଏ ଅଫିସରେ ବା କାର୍ଯ୍ୟକ୍ଷେତ୍ରରେ ବହୁ ସମୟ ଧରି ପାଦ ଓହ୍ଲାଇ ବସିବା ଦ୍ୱରା ବହୁ ଜଣଙ୍କର ପାଦ ଫୁଲିଯାଏ । ବହୁ ସମୟରେ ଏହି କାରଣ ଯୋଗୁଁ ପାଦରେ ପୀଡା ମଧ୍ୟ ହୋଇଥାଏ । ଦରଜ ଏତେ ମାତ୍ରାରେ ବଢିଯାଏ ଯେ ସହିବା ଅସମ୍ଭବ ହୋଇପଡେ । ଦେଖାଯାଏ ଶୀତ ଦିନରେ ଏହି ପୀଡା ଅଧିକ ମାତ୍ରାରେ ହୋଇଥାଏ । ଏହି ପିଡାରୁ ମୁକ୍ତି ପାଇବା ପାଇଁ ଯଦି ଆପଣ କିଛି ଘରୋଇ ଉପଚାର ଆପଣେଇବେ ତେବେ ନିଶ୍ଚିତ ରୂପେ ଏଥିରୁ ମୁକ୍ତି ପାଇପାରିବେ ।

haladi

ହଳଦୀ:

ହଳଦୀରେ ଭରପୁର ମାତ୍ରାରେ ପ୍ରୋଟିନ, ମିନେରାଲସ, କାର୍ବୋହାଇଡ୍ରେଟ, ଭିଟାମିନ ଏ ଭରପୁର ମାତ୍ରାରେ ଥାଏ । ତେଣୁ ହଳଦୀରେ ସୋରିଷ ତେଲ ବା କିଛି ରାଶି ତେଲ ମିଶାଇ ନିଜ ପାଦରେ ଭଲ କରି ମାଲିସ କରନ୍ତୁ । ଦେଖିବେ କିଛି ଦିନ ପରେ ଆପଣଙ୍କ ପୀଡାର ନିଶ୍ଚିତ ରୂପେ ଉପଶମ ହୋଇପାରିବ ।

tulasi

ତୁଳସୀ;

ତୁଳସୀରେ ମହଜୂତ ଥିବା ବିଭିନ୍ନ ଔଷଧୀୟ ତତ୍ତ୍ୱ ବ୍ୟାକ୍ଟେରିଆ ସହ ଲଢ଼ିବାରେ ବିଶେଷ ସହାୟକ ହୋଇଥାଏ । ପାଦ ପୀଡା ସମୟରେ ଆପଣ ତୁଳସୀ ପାତ୍ରରେ ପ୍ରସ୍ତୁତ କଡା ପିଇ ଦିଅନ୍ତୁ । ଚାରି ରୁ ପାଞ୍ଚ ଦିନ ପିଇବା ପରେ ଆପଣଙ୍କ ଦରଜ ଧୀରେ ଧୀରେ କମିବାକୁ ଲାଗିବ ।

 

mustard oil

 

ଏହା ସହ ପଢନ୍ତୁ: ସ୍ବପ୍ନରେ ଦେଖୁଛନ୍ତି କି ଏହିସବୁ ଜିନିଷ, ତେବେ ଖୁବଶୀଘ୍ର ହେବ ବିବାହ

ସୋରିଷ ତେଲ:

ସୋରିଷ ତେଲରେ ବହୁ ପ୍ରକାରର ମିନେରାଲସ ଭରପୁର ମାତ୍ରାରେ ଥାଏ । ସୋରିଷ ତେଲରେ କିଛି ରସୁଣ ପାଖୁଡା ପକେଇ ଭଲଭାବେ ଫୁଟେଇ ଦିଅନ୍ତୁ । ତାପରେ ରାତିରେ ଶୋଇବା ପୂର୍ବରୁ ଏହାକୁ ଭଲଭାବେ ମାଲିସ କରି ଦିଅନ୍ତୁ । ଏହାଦ୍ୱାରା ରାତିରେ ଭଲ ନିଦ ହେବା ସହ ପାଦ ପୀଡା ମଧ୍ୟ କମିଯିବ ।

ରସୁଣ:

ପ୍ରତିଦିନ ୨ ରୁ ୩ ପାଖୁଡା ରସୁଣ ଖାଇବା ଦ୍ୱାରା ପେଟ ଇନଫେକ୍ସନ କମିଯାଇଥାଏ । ଏହା ବାଦ ଭୋଜନ ପ୍ରସ୍ତୁତ ସମୟରେ ବି ରସୁଣର ବ୍ୟବହାର କରିବା ଉଚିତ । ଯାହାଦ୍ୱାରା ଶରୀରର ଅନ୍ୟାନ ପୀଡା ମଧ୍ୟ ଉଭେଇ ଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.