Below header

ଭାଦ୍ରବ ମାସରେ କଣ କରିବେ, କଣ କରିବେ ନାହିଁ

ଭାଦ୍ରବ ମାସରୁ ଆରମ୍ଭ ହୋଇଯାଏ ପାର୍ବଣ ଋତୁ। ଧର୍ମସିନ୍ଧୁ ସହିତ ଅନ୍ୟ କିଛି ଧର୍ମଗ୍ରନ୍ଥରେ ଏହି ମାସକୁ ବେଶ୍ ଗୁରୁତ୍ବ ଦିଆଯାଇଛି । ଭାଦ୍ରବ ମାସରେ ବିଭିନ୍ ପୂର୍ଜା ପାର୍ବଣ ପଡ଼ିଥାଏ । ରାକ୍ଷୀ ବୀ ଗହ୍ମା ପୂର୍ଣ୍ଣମୀ, ଜନ୍ମାଷ୍ଟମୀ, ଗଣେଶ ପୂଜା, ଖୁଦୁରୁକୁଣି ପୂଜା ଆଦି ଏହି ମାସରେ ପଡ଼େ । ଏହା ଚତୁର୍ମାସ୍ୟ ବ୍ରତର ଗୋଟିଏ ମାସ ହୋଇଥିବାରୁ ଏହି ସମୟରେ ଦୈନନ୍ଦିନ ଜୀବନରେ କିଛି ସତର୍କତା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ଯାହାକୁ ନମାନିଲେ ପାରିବାରିକ ସମସ୍ୟା, ଅର୍ଥହାନି ଆଦି ଘଟିବାର ଆଶଙ୍କା ରହିଛି ।

କଣ କରିବେ

ଭାଦ୍ରବ ମାସରେ ଖଟ ଉପରେ ନଶୋଇ ତଳେ ସପ ଆଦି ବିଛାଇ ଶୋଇବ । ପତ୍ନୀ ସହ ଶାରୀରିକ ସମ୍ପର୍କ ରଖିବ ନାହିଁ । ମିଛ କହିବ ନାହିଁ । ମାଂସ, ମୋହୁ, ଗୁଡ଼, ସବୁଜ ପରିବା, ମୁଳା ଓ ବାଇଗଣ ଆଦି ପରିବା ଖାଇବା ନିଷେଧ । ଏସବୁ ଖାଦ୍ୟ ଭାଦ୍ରବ ମାସରେ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ମଦ, ଭାଙ୍ଗ, ତମାଖୁ ଭଳି ନିଶା ଗ୍ରହଣ କରିବା ଉଚିତ ନୁହେଁ । ଏହା ଦ୍ବାରା ଘରୁ ଲକ୍ଷ୍ମୀ ପଳାଇଯାନ୍ତି । ଏହି ମାସରେ ରୋଗରୁ ରକ୍ଷା ପାଇବାକୁ  ହେଲେ ପଞ୍ଚଗବ୍ୟ (ଗାଈ କ୍ଷୀର, ଦହି, ଘିଅ, ଗୋ ମୂତ୍ର ଓ ଗୋବର) ଉଚିତ ମାତ୍ରାରେ ସେବନ କରିବାକୁ ପରାମର୍ଶ ଦିଆଯାଇଛି । ଭାଦ୍ରବ ମାସରେ ତେଲରେ ପ୍ରସ୍ତୁତ ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ ବୋଲି ଧର୍ମଗ୍ରନ୍ଥରେ କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.