ଭଦ୍ରକ : ଲଗାଣ ବର୍ଷାରେ ଧସିଲା ଆପ୍ରୋଚ୍ ରୋଡ୍

ଭଦ୍ରକ (କେନ୍ୟୁଜ୍) : ଲଗାଣ ବର୍ଷାରେ ଧସିଲା ଆପ୍ରୋଚ୍ ରୋଡ୍ । ହଦଗଡ଼ ଡ୍ୟାମ୍ ପାଣି ଭଦ୍ରକ ଓଲଙ୍ଗ ପଞ୍ଚାୟତ ଗୋବିନ୍ଦପୁରଠାରେ ସାଳନ୍ଦୀ ନଦୀ ପୋଲକୁ ଲାଗିଥିବା ଆପ୍ରୋଚ ରୋଡ୍ ଭାଙ୍ଗିଦେଇଛି । ୧୫ ଫୁଟ ତଳକୁ ଧସିଛି ପୋଲ । ଫଳରେ ଏହି ପୋଲ ଉପରେ ଗମନାଗମନ ଠପ୍ ହୋଇଯାଇଛି । ବ୍ରିଜର ଉଭୟ ପାର୍ଶ୍ୱରେ ଅଟକି ରହିଛି ଅନେକ ଗାଡିମୋଟର । ତୁରନ୍ତ ଏହାର ମରାମତି କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.