Below header

ଆପଣଙ୍କ ଇମ୍ୟୁନିଟି ସିଷ୍ଟମକୁ ମଜବୁତ କରିଥାଏ ଏହି ଯୋଗାସନ, ବ୍ୟାୟାମରେ ନିଶ୍ଚୟ କରନ୍ତୁ ସାମିଲ

କାରୋନାର ବଢୁଥିବା ପ୍ରକୋପକୁ ଦେଖି ଆୟୁଷ ମନ୍ତ୍ରାଳୟଙ୍କ ଦ୍ଵାରା ଅନେକ ପ୍ରକାର ପରାମର୍ଶ ଦିଆଯାଇଛି। ଯାହା ଦ୍ୱାରା ଶରୀରର ଇମ୍ୟୁନ ସିଷ୍ଟମକୁ ମଜବୁତ କରିହେବ। ଏମିତିରେ ଆପଣଙ୍କ ପାଇଁ ଯୋଗାସନ ମଧ୍ୟ ବହୁତ ସାହାଯ୍ୟକାରୀ ପ୍ରମାଣିତ ହୋଇପାରେ। ଆଜି ଆପଣଙ୍କ ପାଇଁ ଉତ୍ତାନାସନ ବିଷୟରେ ଜଣାଇବୁ। ଯାହା ଆପଣଙ୍କ ଇମ୍ୟୁନ ସିଷ୍ଟମକୁ ମଜବୁତ କରିଥାଏ। ଏହି ଯୋଗାସନ କରିବା ଦ୍ୱାରା ପୂରା ଶରୀରରେ ରକ୍ତର ପ୍ରବାହ ଭଲ ଭାବରେ ହୋଇଥାଏ। ଏହାର ସକାରାତ୍ମକ ପ୍ରଭାବ ଇମ୍ୟୁନ ସିଷ୍ଟମ ଉପରେ ପଡେ। ଏହି କାରଣରୁ ଉତ୍ତନାସନ ଯୋଗାସନ ଇମ୍ୟୁନିଟି ସିଷ୍ଟମକୁ ମଜବୁତ କରିବାରେ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା କେମିତି କରାଯାଏ ଏହି ଯୋଗାସନ।

-ସର୍ବପ୍ରଥମେ ଏକ ସମାନ ବା ସମତଳ ସ୍ଥାନରେ ଯୋଗ ମ୍ୟାଟ ବିଛାଇ ଦିଅନ୍ତୁ।

-ଏବେ ଏହା ଉପରେ ଛିଡା ହୋଇ ଗୋଡ ମଝିରେ ଏକ ଫୁଟ ଦୂରତା ରଖନ୍ତୁ।

yoga-ଏବେ ଗୋଡ଼କୁ ସିଧା ରଖନ୍ତୁ ଏବଂ ଏକ ଗଭୀର ନିଶ୍ୱାସ ନେଇ ହାତକୁ ତଳ ଆଡ଼କୁ ଆଣନ୍ତୁ।

-ଧ୍ୟାନ ରଖନ୍ତୁ ଯେପରି ଆପଣଙ୍କ ଜଙ୍ଘ ମୋଡି ନ ଯାଏ।

-ଏହି ଅବସ୍ଥାରେ ରହି ହାତରେ ପାଦର ଆଙ୍ଗୁଠିକୁ ଛୁଇଁବାକୁ ଚେଷ୍ଟା କରନ୍ତୁ।

-ଏପରି ଅବସ୍ଥାକୁ ଭଲ ଭାବରେ କରିବା ପରେ ହାତକୁ ପଛ ଆଡକୁ କରନ୍ତୁ।

-ଏବେ ଏଡ଼ିର ଉପର ଭାଗକୁ ଛୁଇଁବାକୁ ଚେଷ୍ଟା କରନ୍ତୁ।

-କିଛି ସମୟ ଏହି ମୁଦ୍ରାରେ ରୁହନ୍ତୁ ଏବଂ ଏହାପରେ ସମାନ୍ୟ ମୁଦ୍ରାକୁ ଆସିଯାଅନ୍ତୁ।

-ଏହିପରି ଭାବେ ଏହି ଚକ୍ରକୁ ତିନି ଥର କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.