Below header

କେବଳ ମସଲା ଭାବେ ନୁହେଁ, ପୁରୁଷଙ୍କ ବିଭିନ୍ନ ଯୌନ ସମସ୍ୟା ଦୂର କରିବାରେ ମଧ୍ୟ ସାହାଯ୍ୟ କରେ ଲବଙ୍ଗ

ଦାନ୍ତ ବିନ୍ଧା ଓ ମୁଖର ଦୁର୍ଗନ୍ଧ ଦୂର କରିବାରେ ପ୍ରାୟ ସମସ୍ତେ ଲବଙ୍ଗ ବ୍ୟବହାର କରିଥାନ୍ତି। ରୋଷେଇରେ ମସଲା ଭାବେ ବ୍ୟବହୃତ ହେଉଥିବା ଲବଙ୍ଗର ଆହୁରି ଅନେକ ଔଷଧୀୟ ଗୁଣ ରହିଛି, ଯାହା ଖୁବ୍‌ କମ୍‌ ଲୋକ ଜାଣନ୍ତି। ଲବଙ୍ଗରେ ଥିବା ଔଷଧୀୟ ଗୁଣ ପୁରୁଷଙ୍କ ବିଭିନ୍ନ ଶାରୀରିକ ସମସ୍ୟା ଦୂର କରିବାରେ ମଧ୍ୟ ସାହାଯ୍ୟ କରେ। ଆସନ୍ତୁ ଜାଣିବା ସେ ବିଷୟରେ…

ଲବଙ୍ଗ ପାଟିକୁ ରାଗ ଲାଗୁଥିଲେ ମଧ୍ୟ ଏହାର ପ୍ରଭାବ କିନ୍ତୁ ଶରୀର ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। ଦାନ୍ତ ବିନ୍ଧା, ମୁଖ ଦୁର୍ଗନ୍ଧ, ନିଃଶ୍ୱାସ ସମ୍ବନ୍ଧୀୟ ସମସ୍ୟା, ଗଳା ସମସ୍ୟା ଥିଲେ ଲବଙ୍ଗ ବ୍ୟବହାର କରନ୍ତୁ। କେବଳ ଗୋଟିଏ ଲବଙ୍ଗ ପାଟିରେ ରଖି ଚୁସିବା ଦ୍ୱାରା ଏସବୁ ସମସ୍ୟା ଦୂର ହୋଇଥାଏ।

ଏହାସହ ପଢ଼ନ୍ତୁ: ଶୁକ୍ରାଣୁର ଅଭାବ ଆପଣଙ୍କ ବେଡ୍‌ରୁମ୍‌ ଲାଇଫ୍‌କୁ କରିପାରେ ପ୍ରଭାବିତ, ଜାଣନ୍ତୁ ରକ୍ଷା ପାଇବା ଉପାୟ

ଲବଙ୍ଗରେ ଭିଟାମିନ୍‌ ବି, ବି୧, ବି୨, ବି୪, ବି୬, ବି୯ ସମେତ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି। ଏଥିସହ ଭିଟାମିନ୍‌ କେ, ପ୍ରୋଟିନ୍‌, କାର୍ବୋହାଇଡ୍ରେଡ୍‌ର ମୁଖ୍ୟସ୍ରୋତ ଭାବେ ମଧ୍ୟ ଲବଙ୍ଗ ବ୍ୟବହାର କରାଯାଏ। ଲବଙ୍ଗରେ ପ୍ରାୟ ୩୦ ପ୍ରତିଶତ ଫାଇବର ରହିଛି। ଏଣୁ ଶୀତଦିନେ ଲବଙ୍ଗ ଖାଇବା ସ୍ୱାସ୍ଥ୍ୟକର ହୋଇଥାଏ।

ଲବଙ୍ଗ ଖାଇବା ଦ୍ୱାରା ପୁରୁଷଙ୍କର ବିଭିନ୍ନ ପୌରୁଷ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ଶକ୍ତିବର୍ଦ୍ଧକ ଭାବେ ମଧ୍ୟ ଏହା କାମ କରିଥାଏ। ଡାକ୍ତରଙ୍କ କହିବାନୁସାରେ, ପୁରୁଷଙ୍କ ଶୁକ୍ରାଣୁ ବା ସ୍ପର୍ମ ବୃଦ୍ଧି କରିବାରେ ଲବଙ୍ଗ ସାହାଯ୍ୟ କରେ।

ନିୟମିତ ଲବଙ୍ଗ ସେବନ କରିବା ଦ୍ୱାରା ପୁରୁଷଙ୍କ ଠାରେ ଦେଖାଯାଉଥିବା ଶୀଘ୍ରପତନ ଭଳି ସମସ୍ୟା ଦୂର ହୋଇଥାଏ। ଫଳରେ ବେଡ୍‌ରୁମ୍‌ ଲାଇଫ୍‌ ଅଧିକ ରୋମାଞ୍ଚିତ ହୁଏ ଓ ସମ୍ପର୍କରେ ଉଷ୍ଣତା ଆସେ। ମାତ୍ର ଅଧିକ ପରିମାଣରେ ଲବଙ୍ଗ ସେବନ କରିବା କ୍ଷତିକାରକ ହୋଇପାରେ। ଏଣୁ ଡାକ୍ତରଙ୍କ ପରାମର୍ଶ ନେଇ ଲବଙ୍ଗ ବ୍ୟବହାର କରିବା ଉଚିତ।

 

କେବଳ ପୁରୁଷ ନୁହେଁ, ମହିଳାଙ୍କ ଯୌନ ଇଚ୍ଛା ବୃଦ୍ଧି କରିବାରେ ମଧ୍ୟ ଲବଙ୍ଗ ସାହାଯ୍ୟ କରେ। ବେଡ୍‌ରୁମ୍‌ରେ ଭଲ ପରଫମାନ୍ସ ଦେବାକୁ ଚାହୁଁଥିଲେ ଲବଙ୍ଗ ସେବନ କରିବାକୁ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.