ଏଠାରେ ମୃତ ଜନ୍ତୁଙ୍କ ଦେହାବଶେଷରୁ ପ୍ରସ୍ତୁତ ହେଉଥିଲା ଖାଇବା ତେଲ, କାରଖାନା ହେଲା ସିଲ୍‌

ଆମେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ତେଲ ବ୍ୟବହାର କରିଥାଉ। ବଜାରେ ମଧ୍ୟ ବିଭିନ୍ନ ପ୍ରକାରର ତେଲ ମିଳୁଛି। ସୋରିଷ ତେଲ ଠାରୁ ଆରମ୍ଭ କରି, ବାଦାମ, ରିଫାଇନ, ଅଲିଭ ଇତ୍ୟାଦି। କିନ୍ତୁ ପାକିସ୍ତାନର ରାଜଧାନୀ କରାଚୀରେ ଏଭଳି ତେଲ ପ୍ରସ୍ତୁତ କରାଯାଉଥିଲା। ଯାହା ବିଷୟରେ ଆପଣ ଶୁଣିଲେ କେବେ ବି ଆଉ ଖାଦ୍ୟ ଖାଇବେ ନାହିଁ। ଯେଉଁଥିପାଇଁ ଏକ କାରଖାନାକୁ ସିଲ୍‌ କରାଯାଇଛି। ଏଠିକାର ଏକ କାରଖାନାରେ ମୃତ ପଶୁମାନଙ୍କ ଅବଶେଷରୁ ତେଲ ପ୍ରସ୍ତୁତ କରାଯାଉଥିଲା। ଯାହାର ଖବର ପର୍ଯ୍ୟାବରଣ ଏବଂ ସରଂକ୍ଷଣ ଏଜେନ୍ସୀକୁ ମିଳିବା କାରଖାନାକୁ ସିଲ୍‌ କରାଯାଇଛି।

oil 1

ଖବର ଅନୁଯାୟୀ, ଏହି କାରଖାନାରେ ଏକ ବଡ କଡାଇରେ ମୃତ ପଶୁଙ୍କ ଅବଶେଷକୁ ଜଳାଇ ସେଥିରୁ ତେଲ ପ୍ରସ୍ତୁତ କରୁଥିଲା। ଏଥରୁ ବାହାରୁଥିବା ତେଲକୁ ସ୍ଥାନୀୟ ବଜାରରେ ବିକ୍ରି ମଧ୍ୟ କରାଯାଉଥିଲା। ଆଉ ଏଥିରୁ ବଳକା ରହୁଥିବା ତୈଳାଂଶକୁ ସାବୁନ ଫ୍ୟାକ୍ଟ୍ରିକୁ ସପ୍ଲାଇ କରାଯାଉଥିଲା। ଜଣେ ଅଧିକାରୀଙ୍କ କହିବାନୁଯାୟୀ, ମୃତ ପଶୁଙ୍କ ଅବଶେଷକୁ ଜଳାଇବା ଦ୍ୱାରା ଏଥିରୁ ବାହାରୁଥିବା ଗନ୍ଧ ଏବଂ ଗ୍ୟାସ ପରିବେଶ ପାଇଁ ହାନିକାରକ ହୋଇଥାଏ।

ଏହାସହ ପଢ଼ନ୍ତୁ ; ହାଇଦ୍ରାବାଦ ଗଣଦୁଷ୍କର୍ମ ଏନ୍‌କାଉଣ୍ଟରରେ ଭୋର୍‌ ୩ଟା ବେଳେ କ’ଣ ଘଟିଥିଲା?

କେବଳ ସେଠାରେ ନୁହେଁ, ପାକିସ୍ତାନର ଅନ୍ୟ କେତେକ ସ୍ଥାନରେ ମଧ୍ୟ ଏପରି ଅପରାଧିକ ଗତିବିଧି ଏବଂ କାର୍ଯ୍ୟ କରାଯାଉଛି। ଯାହା ଜନତା ଏବଂ ପରିବେଶ ଉପରେ ଖରାପ ପ୍ରଭାବ ପକାଉଛି। ଯଦି କୌଣସି ଲୋକ ଏହା ବିଷୟରେ କୌଣସି ଖବର ରଖିଛନ୍ତି, ତେବେ ତୁରନ୍ତ ଅଧିକାରୀଙ୍କ ପାଖରେ ଜଣାଇବାକୁ ଅନୁରୋଧ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.