Below header

ବାଳ ଧୋଇବାର ଏହି ୫ଟି ଭୁଲ ଆପଣଙ୍କୁ କରିଦେଇପାରେ ଚନ୍ଦା, ଭୁଲ୍ ରେ ବି କରନ୍ତୁ ନାହିଁ ଏହି କାମ

ବାଳକୁ ସ୍ଵସ୍ଥ ଏବଂ ସୁନ୍ଦର କରିବା ପାଇଁ ଠିକ ସାମ୍ପୁ, ତେଲ ଏବଂ କଣ୍ଡିସନର ବ୍ୟବହାର କରିବା ଜରୁରୀ ହୋଇଥାଏ | ବାଳକୁ ଧୋଇବା ସମୟରେ ମଧ୍ୟ ଆପଣଙ୍କୁ ଏ କଥାର ଧ୍ୟାନ ରଖିବା ଉଚିତ | ନହେଲେ ଵାଳ ଝଡ଼ିବା ସମସ୍ୟା ଆହୁରି ବଢ଼ିପାରେ | ଵାଳ ଝଡ଼ିବା ଆଜିକାଲି ଏକ ସାଧାରଣ ସମସ୍ୟା | ଯଦି ଆପଣ ବାଳର ପୁରା ଧ୍ୟାନ ଦେବେ ନାହିଁ ତାହେଲେ ବାଳ ଝଡ଼ିବା ଆରମ୍ଭ ହୋଇ ଯାଇଥାଏ | ପ୍ରାୟତଃ ବାଳ ଧୋଇବା ସମୟରେ ଲୋକେ କିଛି ଭୁଲ କରିଥାନ୍ତି, ଯାହାଦ୍ୱାରା ସେମାନଙ୍କର ହେୟାର ଫଲ ସମସ୍ୟା ବଢ଼େଇ ଦେଇଥାଏ ଏବଂ ସେମାନେ ଚନ୍ଦା ହେବା ଆରମ୍ଭ କରିଥାନ୍ତି | ଜାଣନ୍ତୁ ବାଳ ଧୋଇବା ସମୟରେ କେଉଁ କଥାର ଖିଆଲ ରଖିବେ |

1- ବାଳକୁ ବେଶୀ ରଗଡି କରି ନ ଧୋଇବା – ପ୍ରାୟତଃ ଲୋକେ ବାଳ ଧୋଇବା ସମୟରେ ସାମ୍ପକୁ ସିଧା ବାଳରେ ଲଗେଇ ଦିଅନ୍ତି ଏବଂ ବହୁତ ଜୋରରେ ରଗଡି ଥାଆନ୍ତି | ଏହାଦ୍ୱାରା ବାଳ ଝଡ଼ିବା ସମସ୍ୟା ବହୁତ ବଢି ଯାଇଥାଏ | ଏଥିପାଇଁ ପ୍ରଥମେ ସାମ୍ପୁ ଆପଣଙ୍କ ହାତରେ ନିଅନ୍ତୁ, ତାକୁ ହାତରେ ଫେଣ କରନ୍ତୁ ତାପରେ ବାଳରେ ଲଗାନ୍ତୁ |

ଏମିତି କରିବା ଦ୍ୱାରା ସାମ୍ପୁ ଫେଣ ହେବା ପର୍ଯ୍ୟନ୍ତ ଆପଣଙ୍କୁ ବାଳକୁ ରଗଡିବାକୁ ପଡେ ନାହିଁ | ତାଛଡା ଅଧିକ ମାତ୍ରାରେ ସାମ୍ପୁ ଲଗେଇବା ଦ୍ୱାରା ଶାମ୍ପୁରେ ଥିବା କେମିକାଲଶ ଆପଣଙ୍କ ବାଳର କ୍ଷତି ଘଟାଇଥାଏ | ଏଥିପାଇଁ ବାଳ ମୂଳରେ ସାମ୍ପୁ ଲଗାନ୍ତୁ | ଏହାଦ୍ୱାରା ଯେତେବେଳେ ଆପଣ ବାଳ ଧୋଇବେ ସାମ୍ପୁ ବାକି ବାଳ ପର୍ଯ୍ୟନ୍ତ ଆପଣା ଛାଏଁ ପହଂଚି ଯାଇଥାଏ | ଏମିତି ବାଳ ଧୋଇଲେ ବାଳ ଝଡ଼ିବା କମି ଯାଇଥାଏ |

2- କଣ୍ଡିସନରକୁ ବାଳ ମୂଳରେ ନ ଲଗାନ୍ତୁ – ସାଧାରଣତଃ ଆମେ କଣ୍ଡିସନରକୁ ସାମ୍ପୁ ଭଳି ବ୍ୟବହାର କରିଥାଉଁ |ଯାହା ଆମର ସବୁଠାରୁ ବଡ଼ ଭୁଲ ହୋଇଥାଏ |କଣ୍ଡିସନରକୁ କେବେ ବି ବାଳ ମୂଳରେ ଲଗାଇବା ଉଚିତ ନୁହେଁ |ଏହାକୁ କେବଳ ବାଳର ଲମ୍ବା ଅଂଶରେ ବ୍ୟବହାର କରିବା ଉଚିତ |

3- ସପ୍ତାହକୁ 3 ଥରରୁ ଅଧିକ ମୁଣ୍ଡ ଧୋଇବେ ନାହିଁ – କିଛି ଲୋକେ ପ୍ରତ୍ୟକ ଦିନ ବାଳ ଧୋଇଥାନ୍ତି | ଯଦ୍ୱାରା ଶାମ୍ପୁରେ ଏବଂ କଣ୍ଡିସନରରେ ଥିବା କେମିକାଲସ ବାଳରେ ପହଂଚି ଥାଏ | ଯାହା ବାଳକୁ କ୍ଷତି ପହଞ୍ଚଇଥାଏ | 3 ଥରରୁ ଅଧିକ ଥର ବାଳ ନ ଧୋଇଲେ ଆପଣଙ୍କ ବାଳ ଘନ ଏବଂ ସୁନ୍ଦର ହୋଇଥାଏ |

4- ଠିକ ଶାମ୍ପୁରେ ହିଁ ବାଳ ଧୁଅନ୍ତୁ – ପ୍ରାୟତଃ ଆମେ ସାମ୍ପୁ ବାଛିବାରେ ଭୁଲ କରି ଦେଇଥାନ୍ତି | ଯେଉଁଟା ଆମକୁ ଭଲ ଲାଗେ ବା ଅନ୍ୟମାନଙ୍କ ବାଳ ପାଇଁ ଭଲ ବୋଲି ଆମ ବାଳ ପାଇଁ ମଧ୍ୟ ଭଲ ପ୍ରମାଣ ହେବ | ଏଇଠି ଆମେ ସବୁଠାରୁ ବଡ଼ ଭୁଲ କରିଥାଉଁ | କାରଣ ସମସ୍ତଙ୍କର ବାଳ ଅଲଗା ଅଲଗା ହୋଇଥାଏ | ଯେମିତି ଅୟେଲୀ ବାଳ ପାଇଁ ଅଲଗା ସାମ୍ପୁ ଡ୍ରାଇ ବାଳ ପାଇଁ ଅଲଗା ସାମ୍ପୁ ବ୍ୟବହାର କରିବା ଉଚିତ | ଆପଣଙ୍କୁ ସାମ୍ପୁ କିଣିବା ସମୟରେ ତାର ଇଂଗ୍ରେଡିଏଣ୍ଟସ ର ଠିକ ଖିଆଲ ରଖିବା ଉଚିତ | ଏଥିପାଇଁ ଆପଣ ନିଜ ବାଳ ଟାଇପର ସାମ୍ପୁ ବାଛନ୍ତୁ ଏବଂ ଠିକ ଭାବରେ ବ୍ୟବହାର କରନ୍ତୁ |

5- ଗରମ ପାଣିରେ ମୁଣ୍ଡ ନ ଧୁଅନ୍ତୁ – ଯେଉଁଭଳି ଶରୀର ପାଇଁ ଅଧିକ ଗରମ ଜିନିଷ କ୍ଷତିକାରକ ହୋଇଥାଏ ସେହିଭଳି ବାଳ ପାଇଁ ମଧ୍ୟ  ହିଟଵାଲା ପ୍ରଡକ୍ଟସ ବହୁତ କ୍ଷତିକାରକ ପ୍ରମାଣ ହୋଇଥାଏ | ଯେମିତି ଗରମ ପାଣି ମଧ୍ୟ ବାଳକୁ ଡେମେଜ କରିଥାଏ | ଏଥିପାଇଁ ଭୁଲ୍ ରେ ମଧ୍ୟ ନିଜ ମୁଣ୍ଡ ଗରମ ପାଣିରେ ଧୁଅନ୍ତୁ ନାହିଁ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.