Below header

ପ୍ରତିଦିନ ସକାଳୁ ଉଠି କରନ୍ତୁ ଏହି ୪ ଉପାୟ, ଜୀବନରେ ରହିବନି ଧନର ଅଭାବ

ସୂର୍ଯ୍ୟ ସମସ୍ତ ଶକ୍ତିର ଆଧାର । ସୂର୍ଯ୍ୟଙ୍କ କିରଣ ସହ ସକାଳ ହୁଏ ଓ ଏକ ନୂଆ ଦିନର ଆରମ୍ଭ ହୁଏ । ସକାଳ ସମୟରେ ଏମିତି କିଛି କାମ କରାଯାଏ ଯାହାକି କେବଳ ନକରାତ୍ମକ ଶକ୍ତିକୁ ଦୂର କରିବା ସହ ମା’ ଲକ୍ଷ୍ମୀଙ୍କ କୃପା ପାଇବାରେ ସହାୟକ ହୋଇଥାଏ । ଏହି ୪ଟି ଉପାୟ ଦୈନିକ କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଘରେ କେବେ ବି ଅର୍ଥର ଅଭାବ ହୋଇ ନଥାଏ ।

ଆସନ୍ତୁ ଜାଣିବା ସକାଳୁ କରୁଥିବା ଏହି ୪ଟି ଉପାୟ ଦ୍ୱାରା ଧନ ପ୍ରାପ୍ତି ହେବା ସହ ମା’ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି ।

. ସକାଳୁ ସ୍ନାନ ସାରିବା ପରେ ଏକ ତମ୍ବା କୁମ୍ଭ(ଲୋଟା)ରେ ଜଳ ଭରନ୍ତୁ । ଏଥିରେ ତୁଳସୀ ପତ୍ର ପକାଇ ଏହି ପାଣିକୁ ସବୁ ଘର ଓ ଦ୍ୱାର ମୁହଁରେ ଛିଞ୍ଚନ କରନ୍ତୁ । ଏହାଦ୍ୱାରା ଘରେ ଥିବା ନକରାତ୍ମକ ଶକ୍ତି ଦୂର ହୋଇଥାଏ ।

morning-1

. ସବୁଦିନ ସକାଳେ ତୁଳସୀ ଗଛରେ ଜଳ ଚଢ଼ାଇବା ଉଚିତ । ଜଳ ଚଢ଼ାଇବା ସମୟରେ ‘ଓଁ ନମଃ ଭଗବତେ ବାସୁଦେବାୟ ନମଃ’ ବୋଲି ଉଚ୍ଚାରଣ କରିବା ଉଚିତ । ଏହାଦ୍ୱାରା ଭଗବାନ ବିଷ୍ଣୁ ସନ୍ତୁଷ୍ଟ ହୋଇଥାନ୍ତି ।

. ସବୁଦିନ ସକାଳେ ଘରେ ଘିଅ ଦୀପ ଜଳାନ୍ତୁ । କାରଣ ଅଗ୍ନି ଶକ୍ତିର ପ୍ରତିକ ଓ ଦେବତାଙ୍କ ପ୍ରିୟ । ଦୀପ ଜଳାଇବା ଦ୍ୱାରା ଘରେ ଭଗବାନ ପ୍ରସନ୍ନ ହୋଇଥାନ୍ତି ।

morning-2

. ସକାଳେ ଘର ବାହାରେ ରଙ୍ଗୋଲି ତିଆରି କରିବା ଉଚିତ୍‌ । କୁହାଯାଏ ରଙ୍ଗୋଲି ଦ୍ୱାରା ମା’ ଲକ୍ଷ୍ମୀ ଓ ଅନ୍ୟ ଦେବତା ଆମ ଘର ପ୍ରତି ଆକର୍ଷିତ ହୋଇଥାନ୍ତି ।  ଏହି ୪ଟି ଉପାୟ ଦୈନିକ କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଘରେ କେବେ ବି ଅର୍ଥର ଅଭାବ ହୋଇ ନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.