ରାଜ୍ୟ ପ୍ରଶାସନିକ ସ୍ତରରେ ବଡଧରଣର ଅଦଳ ବଦଳ, ଜାଣନ୍ତୁ କେଉଁ ଜିଲ୍ଲାପାଳ କେଉଁଠାକୁ ବଦଳି ହେଲେ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳ ବଦଳ । ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ହେଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ । ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସ୍ୱତନ୍ତ୍ର ପ୍ରକଳ୍ପ, ପିଆର ଏବଂ ଡିବ୍ଲୁ ବିଭାଗର ନିର୍ଦ୍ଦେଶକ ହୋଇଛନ୍ତି । ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁ ହୋଇଛନ୍ତି ଜଳ ସମ୍ପଦ ବିଭାଗର ଉପସଚିବ ।

ସେହିପରି ଚଞ୍ଚଳ ରାଣା ବଲାଙ୍ଗିର ଜିଲ୍ଲାପାଳ ହୋଇଛନ୍ତି । ଚକ୍ରବର୍ତ୍ତୀ ସିଂହ ରାଠୋର ଯାଜପୁରର -ଜିଲ୍ଲାପାଳ । ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅନୁଗୁଳ ଜିଲ୍ଲାପାଳ, ସ୍ୱଧାଦେବ ସିଂହ ନୂଆପଡ଼ା ଜିଲ୍ଲାପାଳ ହୋଇଛନ୍ତି । ମନୋଜ କୁମାର ମହାନ୍ତି ରାଜସ୍ୱ ବିଭାଗର ଅତିରିକ୍ତ ସଚିବ, ଦତ୍ତାତ୍ରୟ ବାସୁଦେବ ସିନ୍ଧେଙ୍କୁ ଗଞ୍ଜାମ ପିଡି ଡିଆର୍‌ଡିଏ, ସିଦ୍ଧେଶ୍ୱର ବଲିରାମ୍‌ ବୋନ୍ଦରଙ୍କୁ ବ୍ରହ୍ମପୁର ମ୍ୟୁନିସ୍‌ପାଲିଟି କମିଶନର ହେବେ । କୀର୍ତ୍ତି ଭାସନ ଭିଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଏବଂ ଜେ. ସୋନାଲ ଗୁଣୁପୁର ଉପଜିଲ୍ଲାପାଳ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.