Below header

ଘରେ ସୁଖ ଶାନ୍ତି ଧନ ପାଇଁ ଦଶହରା ଦିନ ନିଶ୍ଚୟ କରନ୍ତୁ ଏହି କାମ, ଫଳ ମିଳିବ ଶୁନିଶ୍ଚିତ

ନବରାତ୍ରୀର ପାର୍ବଣ ଋତୁ ଚାଲିଛି, ଏହାପରେ ଦଶହରା ଆସିବ। ଦଶହରା ଦିନକୁ ଅଧର୍ମରେ ଧର୍ମର ବିଜୟ ହୁଏ ବୋଲି କୁହାଯାଏ। ଶାସ୍ତ୍ରରେ ଏହି ଦିନର ବହୁତ ବଡ ମହତ୍ତ୍ୱ ରହିଛି। ଏହି ଦିନ ଆପଣଙ୍କ ଜୀବନରୁ ନକାରାତ୍ମକତାର ଅନ୍ତ ହୋଇ ଘରେ ସୁଖ-ଶାନ୍ତି ଏବଂ ଖୁସି ଆସିଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ଦଶହରାରେ କରାଯାଉଥିବା କିଛି ଖାସ୍‌ କାମ, ଯାହା ଆପଣଙ୍କ ଅନେକ ସମସ୍ୟାକୁ ଦୂର କରିବାର ସାହାଯ୍ୟ କରିପାରିବ।

ରାବଣ ପୋଡି କାଠି

ଜ୍ୟୋତିଷ ଅନୁଯାୟୀ ରାବଣ ପୋଡି ପରେ ବଳକା ରହିଥିବା କାଠିକୁ ଘରକୁ ନେଇ ସୁରକ୍ଷିତ ସ୍ଥାନରେ ରଖିଦିଅନ୍ତୁ। ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ। ଏହାସହିତ ଘରେ କୌଣସି ପ୍ରକାର ତନ୍ତ୍ର-ମନ୍ତ୍ର ବିଦ୍ୟା କାମ କରିନଥାଏ।

ସର୍ବଦା ରହିଥାଏ ଦେବୀ ଦେବତାଙ୍କ କୃପା

ଦଶହରାରେ ମିଠା ଦହି ସହିତ ସମି ଗଛର ଅପରାଜିତା ମନ୍ତ୍ରରେ ପୂଜା କରନ୍ତୁ। ଏହାଦ୍ୱାରା ଘରେ ଦେବୀ-ଦେବତାଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ରହିବ। ଆପଣଙ୍କୁ ସଫଳତା ଏବଂ ଉନ୍ନତି ମଧ୍ୟ ମିଳିବ।

dusaharaଘରେ ରହିବ ସୁଖ-ଶାନ୍ତି

ରାବଣ ପୋଡି ପୂର୍ବରୁ ଘରର ଉତ୍ତର-ପୂର୍ବରେ ସିନ୍ଦୁର, ଚନ୍ଦନ ଏବଂ ଲାଲ ଫୁଲରେ ଅଷ୍ଟଦଳ କମଳର ଫଟୋ ବନାନ୍ତୁ ଏବଂ ପୂଜା କରନ୍ତୁ। ପୂଜା ପରେ ସମି ଗଛକୁ ପୂଜା କରି ସେଥିରୁ ଅଳ୍ପ ମାଟି ଆଣି ଆଲମାରୀରେ ରଖନ୍ତୁ ନଚେତ ପୂଜା ସ୍ଥାନରେ ରଖନ୍ତୁ। ମାନ୍ୟତା ରହିଛି ଏପରି କରିବା ଦ୍ୱାରା ସବୁବେଳେ ଘରେ ସୁଖ-ସମୃଦ୍ଧି ଲାଗିକି ରହିଥାଏ।

କୋର୍ଟ କଚେରୀ କାମରେ ମିଳିବ ସଫଳତା

ସଂନ୍ଧ୍ୟା ସମୟରେ ସମି ଗଛକୁ ପୂଜା କରି ତାଉପରେ ଦେଶୀ ଘିଅର ଦୀପ ଜଳାନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ପାଇଁ ଶୁଭ ରହିବ। ମାନ୍ୟତା ରହିଛି ଏହା କରିବା ଦ୍ୱାରା କୋର୍ଟ କଚେରୀ କାମରେ ସଫଳତା ମିଳିଥାଏ।

ଧନ ସମସ୍ୟା ହେବ ଦୂର

ଧନ ପ୍ରାପ୍ତି ପାଇଁ ଦଶହରା ଦିନରୁ ୩୪ ଦିନ ପର୍ଯ୍ୟନ୍ତ କୌଣସି ଏକ କୁକୁରକୁ ପ୍ରତି ଦିନ ବେସନ ଲଡୁ ଖାଇବାକୁ ଦିଅନ୍ତୁ। ଏମିତି କରିବା ଦ୍ୱାରା ଦେଖିବେ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.