ନଭେମ୍ବର ୨୭ରୁ ଆସନ୍ତା ବର୍ଷ ଜାନୁଆରୀ ୧୯ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଗସ୍ତରେ ଯିବ ଭାରତୀୟ ଦଳ, ଘୋଷଣା ସରିଛି ଖେଳସୂଚୀ

କେନ୍ଯୁଜ୍: ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ ପାଇଁ ଖେଳସୂଚୀ ଘୋଷଣା ହୋଇଛି । ନଭେମ୍ବର ୨୭ରୁ ଆସନ୍ତା ବର୍ଷ ଜାନୁଆରୀ ୧୯ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଗସ୍ତରେ ଯିବ ଭାରତୀୟ ଦଳ । ଏହି ଗସ୍ତ ସମୟରେ ୩ଟି ଦିନିକିଆ, ୨ଟି ଟି-୨୦ ଓ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳାଯିବ । ନ୍ୟୁ ସାଉଥ ୱେଲ୍‌ସ ସରକାର କ୍ରିକେଟ୍‌ ଅଷ୍ଟ୍ରେଲିଆର ସମସ୍ତ ପ୍ରସ୍ତାବ ଗ୍ରହଣ କରିଛି । ୧୪ ଦିନ କ୍ୱାରେଣ୍ଟାଇନ୍‌ ସମୟରେ ଭାରତୀୟ ଦଳକୁ ଅଭ୍ୟାସ କରିବାକୁ ନ୍ୟୁ ସାଉଥ ୱେଲ୍‌ସ ରାଜ୍ୟ ସରକାର ଅନୁମତି ଦେଇଛନ୍ତି ।

ଆଇପିଏଲ୍‌ ସାରି ସିଧାସଳଖ ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ଭାରତୀୟ ଦଳ ୧୪ ଦିନ କ୍ୱାରେଣ୍ଟାଇନ୍‌ର ରହିବ । ଏହି ସମୟରେ ଦଳ ସିଡନୀରେ ଅଭ୍ୟାସ କରିପାରିବ । ଭାରତୀୟ ଦଳର ଗସ୍ତ କେଉଁଠାରୁ ଆରମ୍ଭ ହେବ ସେନେଇ ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ । ଭାରତୀୟ ଦଳ ୟୁଏଇରୁ ଆସି ବ୍ରିସ୍‌ବେନ୍‌ରେ ଓହ୍ଲାଇବାର ଥିଲା । କିନ୍ତୁ କୁଇନ୍‌ସଲାଣ୍ଡ ସରକାର କ୍ୱାରେଣ୍ଟାଇନ୍‌ ନିୟମ କୋହଳ କରିବାକୁ ରାଜି ହୋଇନଥିଲେ । ଫଳରେ କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ ନ୍ୟୁ ସାଉଥ ୱେଲ୍‌ସ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ନ୍ୟୁ ସାଉଥ  ୱେଲ୍‌ସ ରାଜ୍ୟ ସରକାରଙ୍କ ଅନୁମତି ପରେ ଏହି ଗସ୍ତ ସୂଚୀରେ ପରିବର୍ତ୍ତନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.