କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ, ବର୍ଷା ଜଳ ନିଷ୍କାସନକୁ ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

କଟକ: କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ, ବର୍ଷା ଜଳ ନିଷ୍କାସନ ଓ ସହରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ । କଟକ ଜିଲ୍ଲାପାଳ, ସିଏମସି କମିଶନର, ଯାଇକା ପ୍ରକଳ୍ପ ନିର୍ଦ୍ଦେଶକ, ଆର ଆଣ୍ଡ ବି ସୁପରିଟେଡେଣ୍ଡ ଇଂଜିନିୟର ବ୍ୟକ୍ତିଗତ ହାଜର ହେବା ସହ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନଭେମ୍ବର ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି ଥିବା ବେଳେ, ସେହି ଦିନ ଭିଡିଓ କନଫରେନ୍ସିଂରେ ହାଜର ହେବେ ସମସ୍ତ ଅଧିକାରୀ ।

ଅଧିକାରୀମାନେ କେବଳ କାଗଜ କଲମରେ କାମ ଶେଷ କରିବାର ଅଦାଲତରେ କଣ୍ଟ ଦେଇ ଚାଲିଛନ୍ତି କିନ୍ତୁ କାମରେ ଅଗ୍ରଗତି ହେଉ ନଥିବା କୋର୍ଟ କହିଛନ୍ତି । ମୌସୁମୀ ସମୟ ସରି ଯାଇଥିବାରୁ ତୁରନ୍ତ ରାସ୍ତା ଘାଟ ମରାମତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ହାଇକୋର୍ଟ କ୍ଷୋଭ ବ୍ୟକ୍ତ କରି କହିଛନ୍ତି, ନାଗରିକ ଦେଉଥିବା ଟିକସ ଅର୍ଥରେ ସେହି ଅଞ୍ଚଳରେ ଉନ୍ନୟନ ଓ ବିକାଶ କାର୍ଯ୍ୟ ହେବା କଥା । କିନ୍ତୁ କଟକ ସହର କ୍ଷେତ୍ରରେ ରାସ୍ତା ମରାମତି ହେଉନଥିବା ବେଳେ ଅଳିଆ ଆବର୍ଜନା ପଡିରହୁଛି । ବିଶୁଦ୍ଧ ପାନୀୟ ଜଳ ସହର ବାସୀଙ୍କୁ ଯୋଗାଇ ଦିଆଯାଉ ନାହିଁ । ଯାହାକି ସମ୍ବିଧାନର ଧାରା ୨୧ ଅନୁଯାୟୀ ଜଣେ ନାଗରିକର ମୌଳିକ ଅଧିକାର ବୋଲି ମତ ରଖିଛନ୍ତି ଓଡ଼ିଶା ହାଇକୋର୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.