Below header

ଗର୍ଭାବସ୍ଥାରେ ପାରାସିଟାମୋଲ ନେବା ହୋଇଥାଏ କ୍ଷତିକାରକ, ପିଲା ଉପରେ ପଡିଥାଏ ଏହି କୁପ୍ରଭାବ

ଗର୍ଭଧାରଣ କରିବା ଏକ ସୌଭାଗ୍ୟର କଥା। ଏହି ସମୟରେ ମା’କୁ ଅଧିକ ସଚେତନ ରହିବା ପାଇଁ ପରାମର୍ଶ ଦିଆଯାଇଥାଏ। ଏମିତିରେ ଗର୍ଭାବସ୍ଥାରେ ପାରାସିଟାମୋଲ ମେଡିସିନ ନେବା ଉଚିତ ନୁହେଁ। ସୂଚନା ରହିଛି ଯେ ଯେଉଁ ମା’ ଗର୍ଭାବସ୍ଥାରେ ପାରାସିଟାମୋଲ ନେଉଛନ୍ତି ସେମାନଙ୍କ ଶିଶୁଙ୍କର ମସ୍ତିଷ୍କରେ ନକାରାତ୍ମକ ପ୍ରଭାବ ପଡିଥାଏ। ପାରାସିଟାମୋଲ ନେବା ଦ୍ୱାରା ଗର୍ଭରେ ବଢ଼ୁଥିବା ଶିଶୁର ଆଇକ୍ୟୁ, ସ୍ମରଣ ଶକ୍ତି, ବୃଦ୍ଧି ମଧ୍ୟ କିଛି ବୟସ ପର୍ଯ୍ୟନ୍ତ କମ୍‌ ହୋଇଥିବା ଦେଖିବାକୁ ମିଳିଛି।

pregnancyଏକ ରିପୋର୍ଟରୁ ସାମ୍ନାକୁ ଆସିଛି ଯେ ପ୍ରେଗ୍ନେସୀରେ ପାରାସିଟାମୋଲ ଅର୍ଥାତ ଅସିଟମିମ୍ଫିନ ନେବା ଦ୍ୱାରା ୬ ମାସରୁ ନେଇ ୧୧ ବର୍ଷ ପର୍ଯ୍ୟନ୍ତ ଏହାର କୁପ୍ରଭାବ ରହିଥାଏ। ସେମାନଙ୍କର ସ୍ମରଣ ଶକ୍ତି ଏବଂ ଆଇକ୍ୟୁ ୧୭ ବର୍ଷ ପର୍ଯ୍ୟନ୍ତ ପାଖାପାଖା ଠିକ୍‌ ହୋଇଯାଇଥାଏ।

ଏହାସହ ପଢନ୍ତୁ : ବଢ଼ୁଥିବା ଓଜନକୁ କରନ୍ତୁନି ଅଣଦେଖା, ଏହା ହୋଇପାରେ ହାର୍ଟ ଆଟାକର ପ୍ରମୁଖ ଲକ୍ଷଣ

କୌଣସି ପ୍ରକାରର ଯନ୍ତ୍ରଣା ଠାରୁ ଆରାମ ପାଇବା ପାଇଁ ମହିଳାଙ୍କୁ ପାରାସିଟାମୋଲ ଦିଆଯାଇଥାଏ କିନ୍ତୁ ଏହାର ସିଧା ପ୍ରଭାବ ଶିଶୁ ଉପରେ ମଧ୍ୟ ପଡିଥାଏ। କେବଳ ଏତିକି ନୁହେଁ ରିସର୍ଚ୍ଚରୁ ଏହା ମଧ୍ୟ ଜଣାପଡିଛି ଯେ ଔଷଧର ପ୍ରଭାବରୁ ପୁଅଙ୍କ ତୁଳନାରୁ ଝିଅମାନଙ୍କର ଅଧିକ ସମ୍ବେଦନଶୀଳ ହୋଇଥାଏ।

childପାରାସିଟାମୋଲର ଅଧିକ ସେବନ ଦ୍ୱାରା ପିଲାଙ୍କର ହାଇପରଆକ୍ଟିଭିଟୀ ସହିତ ଜଡିତ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥିଲା। ଯେଉଁ ମହିଳା ଗର୍ଭାବସ୍ଥା ସମୟରେ ପାରାସିଟାମୋଲ ନେଉଛନ୍ତି ସେମାନଙ୍କ ପିଲା ହାଇପରଆକ୍ଟିଭ ଏବଂ ଆଇପରଆଗ୍ରେସିଭ ମଧ୍ୟ ହୋଇଥାଏ। ପିଲାଙ୍କର ଆର୍ଟଜିମ ଏବଂ ଏଡିଏଚଡି ଭଳି ମାନସିକ ରୋଗର ମଧ୍ୟ ଭୟ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.