ଆସନ୍ତାକାଲିଠୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ ବ୍ୟାନ୍‌

ଆସନ୍ତାକାଲି ଗାନ୍ଧି ଜୟନ୍ତୀରୁ ରାଜ୍ୟରେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍‌ ବନ୍ଦ । ସମସ୍ତ ସହରାଞ୍ଚଳରେ ପ୍ଲାଷ୍ଟିକ୍‌ ବ୍ୟାନ୍‌ ନେଇ ନିର୍ଦ୍ଦେଶନାମା ଜାରି କରିଛି ଜଙ୍ଗଲ ଓ ପରିବେଶ ବିଭାଗ । କୌଣସି ବ୍ୟକ୍ତି ପ୍ଲାଷ୍ଟିକ୍‌ ପଲିଥିନ୍‌ ଆଦି ଉତ୍ପାଦନ ଓ ବିକ୍ରି କରିପାରିବେ ନାହିଁ । ୨ଶହ ମିଲି ମିଟର ପାଣି ବୋତଲ ବ୍ୟବହାର ହେବ ନାହିଁ । ଏହା ସହ ପ୍ଲାଷ୍ଟକ୍‌ କପ୍‌, ପ୍ଲେଟ୍‌, ଚାମଚ, ଗ୍ଲାସ୍‌ ଭଳି ଜିନିଷ ବିକ୍ରି କରାଯାଇପାରିବ ନାହିଁ କି ଉତ୍ପାଦନ ମଧ୍ୟ ହେବ ନାହିଁ । ହେଟେଲ, ରେଷ୍ଟୁରାଣ୍ଟ, ବିବାହ ଉତ୍ସବ, ଅନୁଷ୍ଠାନ ଓ କାର୍ଯ୍ୟାଳୟରେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍‌ ବ୍ୟବହାର ହେଲେ ସଂପୃକ୍ତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଦାୟୀ ରହିବେ । ଲୋକେ ସଚେତନ ହେବା ସହ ନିର୍ଦ୍ଦେଶନାମା ପାଳନ କରିବାକୁ କହିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଡକ୍ଟର ମୋନା ଶର୍ମା । ଜିଲ୍ଲାପାଳମାନେ ଅତିରିକ୍ତ ଜିଲ୍ଲାପାଳ, ଏସ୍‌ପି, ବନ ବିଭାଗ ଅଧିକାରୀ, ତହସିଲଦାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଓ ପୌର ସଂସ୍ଥାର ଅଧିକାରୀଙ୍କୁ ନେଇ ଏକ ଟିମ୍‌ ଗଠନ କରିବେ । ଏହି ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ କରି ପଲିଥିନ୍‌ ବ୍ୟବହାରକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.