Below header

ଅଣ୍ଡାରେ କରନ୍ତୁ ଏହି ବିୟୁଟି ଟ୍ରିଟମେଣ୍ଟ, ମିଳିବ ଚମକଦାର ତ୍ବଚା ଓ ଦୂର ହେବ ବ୍ଲାକହେଡସ୍ ସମସ୍ଯା

ଅଣ୍ଡା କେବଳ ଶରୀର ପାଇଁ ନୁହେଁ ବରଂ ସ୍କିନ ଏବଂ କେଶ ପାଇଁ ମଧ୍ୟ ବେଶ ଫାଇଦାଯୁକ୍ତ ହୋଇଥାଏ। ଅଣ୍ଡାର ଧଳା ଅଂଶରେ ବିୟୁଟି ଟ୍ରିଟମେଣ୍ଟ ପାଇଁ ବ୍ଯବହାର କରାଯାଏ। ଅଣ୍ଡାର ଧଳା ଅଂଶରେ ମିନେରାଲ୍ସ, ଭିଟାମିନ୍ସ ଏବଂ ପ୍ରୋଟିନର ପ୍ରଚୁର ମାତ୍ରା ରହିଥାଏ। ଯାହା ତ୍ବଚାକୁ ବେଦାଗ କରି ସୁନ୍ଦରତା ବଢାଇଥାଏ। ଅଣ୍ଡା କେମିତି ଚେହେରାକୁ ଫାଇଦା ଦେଇଥାଏ। ତେବେ ଆସନ୍ତୁ ଜାଣିବା ଅଣ୍ଡା ଫେସପ୍ଯାକ୍ ବିଷୟରେ….

ଆଣ୍ଟି ଏଜିଂ ଫେସପ୍ଯାକ୍ : ଅଣ୍ଡାର ଧଳା ଅଂଶ ବ୍ଯବହାର କରିବା ଦ୍ବାରା ଏହା ଆଣ୍ଟି ଏଜିଂ ଟ୍ରିଟମେଣ୍ଟ ଭଳି କାମ କରିଥାଏ। ଏଥିପାଇଁ ୧ ଚାମଚ ଅଣ୍ଡାର ଧଳା ଅଂଶ ନିଅନ୍ତୁ, ସେଥିରେ ୨-୩ ବୁନ୍ଦା ଏସେନ୍ସିଆଲ ଅଏଲ ମିଶାଇ ଦିଅନ୍ତୁ। ଏହାକୁ ସଂପୂର୍ଣ୍ଣ ଚେହେରାରେ ଲଗାଇଦିଅନ୍ତୁ। ଏହା ତ୍ବଚାରୁ ଫାଇନ ଲାଇନ୍ସ ହଟାଇଥାଏ।

egg pack

ଦାଗ ଦୂର କରିବା ପାଇଁ : ଚେହେରାରୁ ଦାଗ ଦୂର କରିବା ପାଇଁ ଏକ ଚାମଚ ଅଣ୍ଡାର ଧଳା ଅଂଶରେ ୧ ଚାମଚ ସୁଗାର ଏବଂ ୧ ଚାମଚ କର୍ନ ଷ୍ଟାର୍ଚ ମିଶାଇ ଦିଅନ୍ତି। ଏହା ଆପଣଙ୍କ ମୁହଁରୁ ବ୍ଲାକହେଡସ ହଟାଇବା ସହିତ ଦାଗ ଦୂର କରିଥାଏ। ଯଦି ଆପଣଙ୍କ ତ୍ବଚା ତେଲିଆ ହୋଇଥାଏ, ତେବେ ଲେମ୍ବୁ ରସ ଓ ମହୁ ଲଗାନ୍ତୁ। ଏହାଦ୍ବାରା ମଇଳା ସଫା ହେବା ସହିତ ମୁହଁ ସଫା ଦେଖାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.