Below header

ଭାରତର ସାମ୍ନାରେ ବିଜୟ ସମ୍ଭାବନା, ଦ୍ବିତୀୟ ଇନିଂସରେ ଇଂଲଣ୍ଡର ସ୍କୋର ୬୬/୪

ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ବିତୀୟ ଟେଷ୍ଟରେ ଭାରତ କମାଲ କରିଛି। ପ୍ରଥମେ ବୋଲିଂ ଆଉ ତା’ ପରେ ବ୍ଯାଟିଂରେ ଦମଦାର ପ୍ରଦର୍ଶନ କରିଛି। ଚେନ୍ନାଇର ଚେପକ ଷ୍ଟାଡିୟମରେ କମାଲ କଲେ ଭାରତୀୟ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନୀ । ଅଶ୍ବିନୀଙ୍କ ବୋଲିଂ ପରେ ଦମ୍‌ଦାର ବ୍ୟାଟିଂ ଯୋଗୁଁ ବିଶାଳ ରନ୍ ଛିଡ଼ା କରିଛି ଭାରତ । ଅଶ୍ୱିନୀଙ୍କ ପଞ୍ଚମ ଶତକ ବଳରେ ଭାରତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ୨୮୬ ରନରେ ଅଲଆଉଟ୍ ହୋଇଛି । ଏଥିସହ ଇଂଲଣ୍ଡ ଦଳ ଆଗରେ ୪୮୨ ରନ୍ ଲମ୍ବା ଟାର୍ଗେଟ୍ ରଖିଛି ଟିମ୍ ଇଣ୍ଡିଆ ।

ମ୍ୟାଚର ତୃତୀୟ ଦିନରେ ମୁଖ୍ୟ ଆକର୍ଷଣ ଥିଲା ଅଶ୍ୱିନୀଙ୍କ ଶତକ ଏବଂ କ୍ୟାପ୍‌ଟେନ୍ ବିରାଟ୍‌ଙ୍କ ଅର୍ଦ୍ଧଶତକ । ଅଶ୍ୱିନୀ ୧୪୮ ବଲ୍‌ରେ ୧୦୬ ରନ୍ ସଂଗ୍ରହ କରିଛନ୍ତି । ସେଥିରୁ ୧୪ଟି ଚୌକା ଓ ଗୋଟିଏ ଛକା ରହିଛି । ସେହିପରି କୋହଲି ମଧ୍ୟ ୧୪୯ ବଲ୍ ଖେଳି ୬୨ ରନ୍ କରି ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଛନ୍ତି । ଅଶ୍ୱିନ୍ ଏସିଆର ପ୍ରଥମ କ୍ରିକେଟର, ଯିଏ ଗୋଟିଏ ଇନିଂସରେ ୫ ୱିକେଟ୍ ନେବା ସହ ଶତକ ହାସଲ କରିଛନ୍ତି । ଭାରତକୁ ଜିତିବା ପାଇଁ ୭ଟି ଓ୍ଵିକେଟର ଆବଶ୍ୟକ ଥିବାବେଳେ ଦୁଇ ଦିନରେ ଇଂଲଣ୍ଡ ଆଗରେ ଜିତିବା ପାଇଁ ରହିଛି ୪୨୯ ରନର ଟାର୍ଗେଟ । ଇଂଲଣ୍ଡ ୪ ଓ୍ଵିକେଟ ହରାଇ କରିଛି ୬୬ ରନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.