Below header

ମା’ କ୍ଷୀର ବଢ଼ାଇବ ଘର ତିଆରି ଏହି ଚା’, ଯଦି ଆପଣଙ୍କ ସନ୍ତାନଙ୍କ ପାଇଁ କ୍ଷୀର ହେଉନି ତେବେ ଏହି ଟିପ୍ସ ଆପଣାନ୍ତୁ

ଏକ ଶିଶୁ ପାଇଁ ମା’ କ୍ଷୀର ହେଉଛି ଅମୃତ ତୁଲ୍ୟ । ମା’ କ୍ଷୀରରେ ଥିବା ରୋଗ ପ୍ରତିଷେଧକ ଶକ୍ତି ଓ ବିଭିନ୍ନ ଭିଟାମିନ୍‌ ଶିଶୁକୁ ରୋଗମୁକ୍ତ ରଖିଥାଏ । ତେଣୁ ଡାକ୍ତର ବା ଚିକିତ୍ସା ବିଜ୍ଞାନ ସର୍ବଦା ମା’ କ୍ଷୀର ଉପରେ ଗୁରୁତ୍ତ୍ୱ ଦେଇଛନ୍ତି ।

ବେଳେ ବେଳେ ଶିଶୁ ଜନ୍ମ ହେବା ପରେ ମା’ ଠାରେ କ୍ଷୀରର ଅଭାବ ହେବା ଦେଖିବାକୁ ମିଳିଥାଏ । ଫଳରେ ଶିଶୁଟିକୁ ବାହାର କ୍ଷୀର ବା ଡବା କ୍ଷୀର ଦିଆଯାଇଥାଏ । ହେଲେ ଏହା ଶିଶୁର ସ୍ୱାସ୍ଥ୍ୟ ପାଇଁ ଆଦୈା ଲାଭକାରକ ହୋଇ ନଥାଏ ।

କେହି କେହି ମା’ ନିଜର ସୈାନ୍ଦର୍ଯ୍ୟକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ମଧ୍ୟ ଶିଶୁଙ୍କୁ ମା’ କ୍ଷୀରରୁ ବଞ୍ଚିତ ରଖିଥାନ୍ତି । ହେଲେ ଏହା ଶିଶୁର ଶାରିରୀକ ଓ ବୈାଦ୍ଧିକ ବିକାଶ ଉପରେ ବଡ଼ ପ୍ରଭାବ ପକାଇଥାଏ ।

tea-for milk.jpg-1

ଆଜିକାଲି ବଜାରରେ ମିଳୁଥିବା ଡବା କ୍ଷୀର ଯଦିଓ ଶିଶୁଟିର କ୍ଷୁଧା ମେଣ୍ଟେଇ ଥାଏ ହେଲେ ଶିଶୁର ବୈାଦ୍ଧିକ ବିକାଶ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିଥାଏ । ଶିଶୁଙ୍କୁ ଅତିକମ୍‌ରେ ୬ ମାସ ଯାଏ ସ୍ତନ୍ୟ ପାନ କରାଇବା ପାଇଁ ଗବେଷକମାନେ ମତ ଦେଇଛନ୍ତି ।

ଅନେକ ମା’ ଶିଶୁଟିକୁ ଜନ୍ମ ଦେବା ପରେ ସେମାନଙ୍କ ଠାରେ ହଠାତ୍‌ କ୍ଷୀର କମିଯାଇ ଥାଏ । ଫଳରେ ଶିଶୁଟି ମା’ କ୍ଷୀରରୁ ବଞ୍ଚିତ ହୋଇଥାଏ । ଏଭଳି ପରିସ୍ଥିତିରେ ମା’ ମାନେ ନିଜର କ୍ଷୀର ବୃଦ୍ଧି ପାଇଁ ମେଡିସିନ୍‌ର ସାହାଯ୍ୟ ନେଇଥାନ୍ତି ।

ତେବେ ବ୍ୟସ୍ତ ହେବାର ନାହିଁ ବିନା ମେଡିସିନ୍‌ରେ ଆମେ ଆପଣଙ୍କ ପାଇଁ ଏପରି ଟିପ୍ସ ଆଣିଛୁ ଯାହାଦ୍ୱାରା ମା’ ଠାରେ କ୍ଷୀର ବୃଦ୍ଧି ହୋଇ ପାରିବ । ସ୍ତନ୍ୟ ପାନ କରାଉଥିବା ମା’ମାନେ ଘରେ ଏହି ହର୍ବାଲ ଚା’ ତିଆରି କରି ନିଜର କ୍ଷୀର ବୃଦ୍ଧି କରିପାରିବେ । ଆସନ୍ତୁ ଜାଣିବା ମା’ କ୍ଷୀର ବୃଦ୍ଧିକାରୀ ଚା’ ପ୍ରସ୍ତୁତି ସମ୍ପର୍କରେ –

tea-for milk

ଆବଶ୍ୟକୀୟ ସାମଗ୍ରୀ :

– ୧/୪ କପ୍‌ ମେଥି ଦାନା
– ୧/୨ କପ୍‌ ଶୁଖୁଲା ବିଛୁଆତି ପତ୍ର
– ½ କପ୍‌ ଶୁଖିଲା ରାସ୍ପବେରୀ ପତ୍ର
– ୧/୪ କପ୍‌ ପାନ ମଧୂରୀ (ସୋମ୍ପ)
– ୧/୨ କପ୍‌ ଲେମନ୍‌ ଭରବେନା
– ୧/୪ କପ୍‌ ଶୁଖିଲା ସିଥାଲ୍‌

ପ୍ରସ୍ତୁତି ବିଧି-

ଉପରୋକ୍ତ ସମସ୍ତ ଦ୍ରବ୍ୟକୁ ଚୁର୍ଣ୍ଣ କରି ଗୋଟିଏ ଏୟାର ଟାଇଟ୍‌ ଡବାରେ ରଖନ୍ତୁ । ଏବେ ଏହାର ଗୋଟିଏ କପ୍‌ ଚା’ ପାଇଁ ଦେଢ଼ କପ୍‌ ପାଣିରେ ଗୋଟିଏ ଚାମଚ ଏହି ଗୁଣ୍ଡ ପକାନ୍ତୁ ଓ ଏହାକୁ ୫ ମିନିଟ୍‌ ଯାଏ ଫୁଟାନ୍ତୁ । ଏହାକୁ ଥଣ୍ଡା ହେବା ପାଇଁ କିଛି ସମୟ ଛାଡ଼ି ଦିଅନ୍ତୁ । ଏବେ ଆପଣଙ୍କର ଚା’ ପ୍ରସ୍ତୁତ ହୋଇଗଲା । ଏହାକୁ ପିଇବା ଦ୍ୱାରା ମା’ଙ୍କ ଠାରେ କ୍ଷୀ ର ବୃଦ୍ଧି ପାଇବ ଓ ଶିଶୁଙ୍କୁ ସ୍ତନ୍ୟ ପାନ କରାଇବାରେ ଅସୁବିଧା ହେବ ନାହିଁ । କୈାଣସି ମେଡିସିନ ପରିବର୍ତ୍ତେ ଏହି ଚା’ ବହୁତ ଲାଭଦାୟକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.