Below header

ନନଭେଜ୍‌ ସୌକିନ କି, ତାହେଲେ ଥରେ ଚିକେନ୍‌ ଚିଜ୍‌ ବଲ୍ସକୁ କରନ୍ତୁ ଟ୍ରାଏ

ବ୍ରେକଫାଷ୍ଟ ହେଉ ଅବା ଟିଫିନରେ କଣ ପ୍ରସ୍ତୁତ ହେବ, ଏହାକୁ ନେଇ ସବୁବେଳେ ମନରେ ଚିନ୍ତା ଥାଏ। କାହିଁକିନା ପ୍ରତିଦିନ ଏକା ପ୍ରକାର ଖାଦ୍ୟ ଖାଇ ଖାଇ ବୋର ଲାଗିଥାଏ। ତେଣୁ ଆଜି ଆମେ ଆଣିଛୁ ଆପଣଙ୍କ ପାଇଁ ଏକ ନୂଆ ରେସିପି। ଯାହା ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟକର ମଧ୍ୟ। ଏହାକୁ ବନାଇବା ବି ବହୁତ ସହଜ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୨୦୦ ଗ୍ରାମ ମିକ୍ସ ଚିକେନ
  • ୧/୪ କପ୍‌ ଚିଜ୍‌ (କଦ୍ଦୁକସ ହୋଇଥିବା)
  • ୧/୨ କପ୍‌ ବ୍ରେଡ କ୍ରମ୍ବସ୍‌
  • ୨ ଚାମଚ ପିଆଜ (ଛୋଟ କଟା ହୋଇଥିବା)
  • ୧ ଅଣ୍ଡା (ଫେଣ୍ଟା ହୋଇଥିବା)
  • ୧ କଞ୍ଚା ଲଙ୍କା (ଛୋଟ କଟା ହୋଇଥିବା)
  • ୧ ଚାମଚ ରସୁଣ (ଛୋଟ କଟା ହୋଇଥିବା)
  • ଏକ ଚାମଚ ହ୍ଵାଇଟ ପେପର ପାଉଡର
  • ସ୍ୱାଦ ଅନୁସାରେ ଲୁଣ
  • ୧ ଚାମଚ ଚିଲ୍ଲୀ ଫ୍ଲେକ୍ସ
  • ୧ ଚାମଚ ଅରିଗାନୋ

ପ୍ରସ୍ତୁତି ପ୍ରଣାଳୀ

ଚିକେନ ଚିଜ୍‌ ବଲ୍ସ ବନାଇବା ପାଇଁ ସର୍ବପ୍ରଥମେ ଏକ ପାତ୍ରରେ ମିକ୍ସ ଚିକେନ ନେଇ ସେଥିରେ, ଚିଲ୍ଲି ଫ୍ଲେକ୍ସ, ଲୁଣ, ଅରିଗାନୋ, ରସୁଣ, କଞ୍ଚା ଲଙ୍କା ଏବଂ ଧଳା ଲଙ୍କା ପାଉଡର ସମସ୍ତ ଜିନିଷକୁ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଏହି ମିଶ୍ରଣ ବଲ୍ସ ବନାଇ ଏହା ଭିତରେ ଏକ ହୋଲ କରନ୍ତୁ। ହୋଲ୍‌ ଭିତରେ କଦ୍ଦୁକସ କରିଥିବା ଚିଜକୁ ଭର୍ତ୍ତି କରି ବଲ୍‌ ବନାଇ ଦିଅନ୍ତୁ। ଏକ ପାତ୍ରରେ ଲୁଣ ପକାଇ ଫେଣ୍ଟି ଦିଅନ୍ତୁ।

ଗୋଟେ ପ୍ଲେଟରେ ବ୍ରେଡ କ୍ରମ୍ବସକୁ ରଖି ଲୁଣ ପକାଇ ଦିଅନ୍ତୁ। ବ୍ରେଡ୍‌ କ୍ରମ୍ବସରେ ପ୍ରସ୍ତୁତ ବଲ୍ସକୁ ରୋଲ କରି ଫେଣ୍ଟି ରଖିଥିବା ଅଣ୍ଡାରେ ବୁଡାଇ ପୁଣି ଥରେ ବ୍ରେଡ କ୍ରମ୍ବସରେ କୋଟ କରିଦିଅନ୍ତୁ। ଏକ ପ୍ୟାନରେ ତେଲ ଗରମ କରନ୍ତୁ ଏବଂ ଏହି ବଲ୍ସକୁ କ୍ରୀସପି ଗୋଲଡେନ ଫ୍ରାଏ କରନ୍ତୁ। ଆପଣଙ୍କ ଟେଷ୍ଟୀ ଚିକେନ ଚିଜ୍‌ ବଲ୍ସ ପ୍ରସ୍ତୁତ ହୋଇଯାଇଛି। ଆପଣ ଏହାକୁ ଟମାଟୋ ସସ୍‌ କିମ୍ବା ଗ୍ରୀନ ଚଟଣୀ ସହିତ ପରଷନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.