Below header

ବେସନ ନୁହେଁ ସୁଜିରେ ଏପରି ପ୍ରସ୍ତୁତ କରନ୍ତୁ ଢ଼ୋକଲା, ଖାଇବାକୁ ଭାରି ସୁଆଦିଆ

ବେସନରେ ପ୍ରସ୍ତୁତ ଢ଼ୋକଲା ତ ବଜାରରୁ ଆପଣ ପ୍ରତ୍ୟେକ ମିଠା ଦୋକାନରେ ଖାଇଥିବେ। ଏବେ ତ ବେସନର ଢ଼ୋକଲା ପ୍ୟାକେଟ୍‌ ହୋଇ ମଧ୍ୟ ବଜାରକୁ ଆସିଲାଣି, ଯେଉଁଥିରେ ଆପଣ କେବଳ ପାଣି ମିଶାଇ ଘରେ ଆରାମରେ ପ୍ରସ୍ତୁତ କରିପାରିବେ। କିନ୍ତୁ କଣ ଆପଣ କେବେ ସୁଜି ଢ଼ୋକଲା ଖାଇଛନ୍ତି। ସୁଜିରେ ପ୍ରସ୍ତୁତ ଢ଼ୋକଲା ଖାଇବାକ ବହୁତ ଅଧିକ ଟେଷ୍ଟି ଲାଗିଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ସୁଜି ବନାଇବା ପାଇଁ ଆବଶ୍ୟକ ସାମଗ୍ରୀ

ସୁଜି ଢ଼ୋକଲା ବନାଇବା ପାଇଁ ଆପଣଙ୍କୁ ବହୁତ କମ୍‌ ଜିନିଷର ଆବଶ୍ୟକ ପଡିବ। ଏଥିପାଇଁ ଆପଣଙ୍କୁ ସୁଜି, ଖଟ୍ଟା ଦହି, ଖାଇବା ସୋଡା, ଲୁଣ, ଭୃଷଙ୍ଗ ପତ୍ର, ସୋରିଷର ଆବଶ୍ୟକ ପଡିବ। ଏହାସହିତ ଗ୍ରୀନ୍‌ ଚଟଣୀ ବନାଇବା ପାଇଁ ଆପଣଙ୍କୁ ଧନିଆ, ଅଦା, କଞ୍ଚା ଲଙ୍କା, ଲୁଣ, ଭଜା ଜିରା ଏବଂ ଖଟାର ଆବଶ୍ୟକତା ପଡିବ।

କେମିତି ବନାଇବେ ଢ଼ୋକଲା

ଢ଼ୋକଲା ବନାଇବା ପାଇଁ ସର୍ବପ୍ରଥମେ ଏକ ପାତ୍ର ନିଅନ୍ତୁ ଏବଂ ଏଥିରେ ସୁଜି, ଖଟ୍ଟା ଦହିକୁ ନେଇ ଭଲଭାବେ ମିଶାଇ ଦିଅନ୍ତୁ। ଆବଶ୍ୟକ ପଡିଲେ ପାଣି ମିଶାନ୍ତୁ ଏବଂ ଭଲଭାବେ ଫେଣ୍ଟନ୍ତୁ। ଏହାପରେ ଲୁଣ ମିଶାନ୍ତୁ। ଏବେ ଢ଼ୋକଲା ଷ୍ଟାଣ୍ଡକୁ ତେଲରେ ଗ୍ରୀସ କରନ୍ତୁ ଏବଂ ପ୍ରସ୍ତୁତ କରି ରଖିଥିବା ଖୋଳରେ ବେକିଙ୍ଗ ସୋଡା ପକାଇ ଭଲଭାବେ ମିଶାନ୍ତୁ। ଏହାପରେ ଢ଼ୋକଲା ଛାଞ୍ଚରେ ରଖି ଅତି କମମରେ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ।
ଯେତେବେଳେ ଢ଼ୋକଲା ତିଆରି ହୋଇଯିବ ଟୁଥପିକରେ ଟେଷ୍ଟ କରି ଦେଖନ୍ତୁ ଏହା ଭଲଭାବେ ହୋଇଛି ନା ନାହିଁ। ଏହା ପ୍ରସ୍ତୁତ ହୋଇଯାଇଥିଲେ ଗ୍ୟାସ ବନ୍ଦ କରି ଥଣ୍ଡା କରନ୍ତୁ। ଏହା ଥଣ୍ଡା ହେବା ଭିତରେ ତଡକା ପ୍ରସ୍ତୁତ କରିଦିଅନ୍ତୁ। ଘିଅକୁ ଗରମ କରନ୍ତୁ ଏବଂ ଏଥିରେ ସୋରିଷ ଏବଂ ଭୃଷଙ୍ଗ ପତ୍ର ପକାଇ ତକଡା ମାରନ୍ତୁ। ଏହାପରେ ଢ଼ୋକଲାକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ, ଏହାପରେ ପ୍ରସ୍ତୁତ ତଡକାକୁ ପକାଇ ଦିଅନ୍ତ। ଏହା ଉପରେ ଗ୍ରୀନ ଚଟଣୀ ପକାଇ ସର୍ଭ କରନ୍ତୁ।

କେମିତି ବନାଇବେ ଗ୍ରୀନ୍‌ ଚଟଣୀ

ଚଟଣୀ ବନାଇବା ପାଇଁ ଏକ ମିକ୍ସର ଜାର ନିଅନ୍ତୁ ସେଥିରେ ଧନିଆ ପତ୍ର, ଅଦା, କଞ୍ଚା ଲଙ୍କା, ଗୋଲମରୀଚ, ଭଜା ଜିରା ଏବଂ ଖଟା ପକାନ୍ତୁ। ଏହାପରେ ଏହାକୁ ଭଲଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଆପଣ ଚାହିଁଲେ ଏଥିରେ ଦହି ବି ମିଶାଇ ପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.