୭ ଦିନରେ ୧୦୬ କୋଟିର ବକ୍ସ ଅଫିସରେ ‘ଦ କଶ୍ମୀର ଫାଇଲ୍ସ’

୧୯୯୦ ମସିହାରେ କଶ୍ମୀରରେ ରହୁଥିବା ସତ ଘଟଣା ଉପରେ ମାର୍ଚ୍ଚ ୧୧ ରେ ହଲରେ ରିଲିଜ୍ ହୋଇଥିବା ଫିଲ୍ମ ୭ ଦିନରେ ଫିଲ୍ମ ବକ୍ସ ଅଫିସରେ ୧୦୦ କୋଟିର କ୍ଲବରେ ପ୍ରବେଶ କରିଛି।ବିବେକ ଅଗ୍ନିହୋତ୍ରିଙ୍କ ଏହି ଫିଲ୍ମ ବକ୍ସ ଅଫିସରେ ୧୦୦ କୋଟି ପାର କରିଛି। ଫିଲ୍ମଟି ସତ ଘଟଣା ଉପରେ ଆଧାରିତ। କଶ୍ମୀରରେ କିପରି କଶ୍ମୀର ହିନ୍ଦୁ ବ୍ରାହ୍ମଣଙ୍କ ଉପରେ ଅତ୍ୟାଚାର କରାଯାଇଥିଲା, ସେହି ଘଟଣା ଉପରେ ଚଳଚ୍ଚିତ୍ରଟି ପ୍ରସ୍ତୁତ କରାଯାଇଛି।

 

ବିବେକ ରଂଜନ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ପଲ୍ଲଭି ଯୋଶୀ, ଦର୍ଶନ କୁମାର, ଚିନ୍ମୟ ମାଣ୍ଡଲେକର ଏବଂ ଭାସା ସୁମ୍ବଲି ଅଭିନୟ କରିଛନ୍ତି।

ପ୍ରଥମ ଦିନରେ ହିଁ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଛି ଏହି ଫିଲ୍ମ। କାଶ୍ମୀରର ପ୍ରକୃତ ସତ ଘଟଣା ଦେଖାଇଥିବାରୁ ସବୁ ମହଲରୁ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରିଙ୍କୁ ପ୍ରଶଂସା କରାଯାଉଛି। ଟ୍ୱିଟରରେ ମଧ୍ୟ ଫିଲ୍ମ ଅନାଲିସିସ ତରନ ଆଦର୍ଶ ଲେଖିଛନ୍ତି ଲେଖିଛନ୍ତି ଫିଲ୍ମଟି ବ୍ଲକବଷ୍ଟର ହୋଇଛି। ଏହି ଫିଲ୍ମ୍ ସବୁ ହିନ୍ଦୀ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିଛି।

 

ନେତା ମନ୍ତ୍ରୀମାନେ ମଧ୍ୟ ବ୍ୟକ୍ତିଗତ ଭାବେ ଏହି ଫିଲ୍ମକୁ ପସନ୍ଦ କରୁଛନ୍ତି। ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କହିଛନ୍ତି ଏପରି ଫିଲ୍ମ୍ ତିଆରି ହେବା ଦରକାର। ଅମିତ ଶାହା ମଧ୍ୟ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ନେଇ କଶ୍ମୀର ଫାଇଲର ସମସ୍ତ କଳାକାରଙ୍କୁ ତାଙ୍କର ଅଭିନୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ମାର୍ଚ୍ଚ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ୭ ଦିନରେ ବକ୍ସ ଅଫିସରେ ୧୦୬.୮୦ କୋଟିର ବିଜନେସ କରିଛି। ଏହାକୁ ନିଜ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଏହି ଚଳଚ୍ଚିତ୍ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.