Below header

ଏପରି ବନାନ୍ତୁ ମସଲା ମିଲ୍କ, ଶୀତୁଆ ପାଗରେ ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଜବରଦସ୍ତ

ଶୀତ ଋତୁରେ ଥଣ୍ଡା, ଜ୍ୱର ହେବା ଏକ ସାଧାରଣ କଥା। ଛୋଟ ପିଲା ଏବଂ ବୟଷ୍କ ଏଥିରେ ଆକ୍ରାନ୍ତ ବେଶି ହୁଅନ୍ତି। ବଡମାନେ ତ ଔଷଧ ଖାଇଦିଅନ୍ତି କିନ୍ତୁ ଛୋଟ ପିଲାମାନଙ୍କୁ ମେଡିସିନ୍‌ ଖୁଆଇବା ସହଜ ହୋନଥାଏ। ଏମିତିରେ ପିଲାଙ୍କୁ ମେଡିସିନ୍‌ ଦେବା ପାଇଁ ଅନ୍ୟ ଉପାୟ ଖୋଜିବାକୁ ପଡିଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସଛୁ ମସଲା ମିଲ୍କ ରେସିପି ଯାହା ପିଲାଙ୍କୁ ପସନ୍ଦ ତ ଆସିବ ଏହା ସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତି।

ଆବଶ୍ୟକୀୟ ସାମଗ୍ରୀ

-୧ କପ୍‌ ବାଦାମ

-୧ କପ୍‌ ପିସ୍ତା

-୧ କପ୍‌ କାଜୁ

-୧ ଛୋଟ ଚାମଚ ଜାଇଫଳ ପାଉଡରୟ

-ଜାବିତ୍ରୀ

-ଅଳ୍ପ କେସର

-ସାମାନ୍ୟ ଗୋଲଗରୀଚ

-ଅଳ୍ପ ହଳଦୀ

-୮ ରୁ ୧୦ ଅଳେଇଚ

-ଗୋଟେ କିମ୍ବେ ଅଧା ଛୋଟ ଚାମଚ ଅଦା ପାଉଡର

-୧ ରୁ ଅଧା ଚାମଚ ଗୋଲାପର ଶୁଖିଲା ପତ୍ର

ପ୍ରସ୍ତୁତି ପ୍ରଣାଳୀ

ପ୍ୟାନରେ ବାଦାମକୁ ରୋଷ୍ଟ କରି ଅଲଗା ରଖନ୍ତୁ।

ଏହାପରେ ଆଉ ଏକ ପାତ୍ରରେ ବାଦାମ, ମସଲା, ଗୋଲାପର ପତ୍ର ଏବଂ କେସର ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ।

ଏବେ ଏକ ଗ୍ଳାସରେ କ୍ଷୀର ନେଇ ସେଥିରେ ୨ ଛୋଟ ଚାମଚ ପ୍ରସ୍ତୁତ କରି ରଖିଥିବା ମସଲା ସହିତ ୧ ଛୋଟ ଚାମଚ ଚିନି ପାଉଡର ପକାଇ ଫୁଟାନ୍ତୁ।

ଗରମାଗରମ ମସଲା ମିଲ୍କ ପ୍ରସ୍ତୁତ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.