ଦିଲ୍ଲୀ ଜେଏନୟୁ କ୍ୟାମ୍ପସରେ ହିଂସା ପରେ ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ ଟ୍ଵିଙ୍କଲ ଖାନ୍ନା, କହିଲେ ଭାରତରେ ଛାତ୍ରମାନଙ୍କ ଠାରୁ ଗାଈମାନେ ଅଧିକ ସୁରକ୍ଷା ପାଇଥାନ୍ତି

ଦିଲ୍ଲୀ ଜେଏନୟୁ କ୍ୟାମ୍ପସରେ ହିଂସା ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାର ଯାଞ୍ଚ ମଧ୍ଯ ଆରମ୍ଭ ହୋଇଛି । ବିଶ୍ୱବିଦ୍ୟାଳୟ ପରିସରରେ ବ୍ୟାପକ ହିଂସା ଓ ଛାତ୍ରଙ୍କ ଉପରେ ଆକ୍ରମଣ ନେଇ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି। ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ଭିଡିଓ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ହେବ ବୋଲି କହିଛନ୍ତି ଦିଲ୍ଲୀ ଦକ୍ଷିଣ-ପଶ୍ଚିମ ଡିସିପି ଦେବେନ୍ଦ୍ର ଆର୍ଯ୍ୟ।

 ଏ ପରିପେକ୍ଷୀରେ ଚାରିଆଡୁ ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ବଲିଉଡ୍ ଅଭିନେତ୍ରୀ ଟ୍ଵିଙ୍କଲ ଖାନ୍ନା ମଧ୍ଯ ନିଜର ପ୍ରତିକ୍ରିୟା  ଦେଇଛନ୍ତି । ସେ କହିଛନ୍ତି, ଭାରତରେ ଛାତ୍ରମାନଙ୍କ ଠାରୁ ଗାଈମାନେ ଅଧିକ ସୁରକ୍ଷା ପାଇଥାନ୍ତି । ଏହାକୁ ବିରୋଧ ମଧ୍ୟ କରାଯାଇପାରିବ ନାହିଁ। ହିଂସା ଭିଆଉଥିବା ଲୋକଙ୍କୁ ଆପଣ ପ୍ରତିବାଦ ମଧ୍ୟ କରିପାରିବେ ନାହିଁ। ଆଗକୁ ଆହୁରି ବିକ୍ଷୋଭ, ଧାରଣା ହେବ ଓ ଲୋକ ରାସ୍ତାକୁ ଓହ୍ଲାଇବେ ବୋଲି ଟ୍ଵିଟ ଜରିଆରେ ପ୍ରତିକ୍ରିୟା ରଖିଛନ୍ତି ଟ୍ଵିଙ୍କଲ ଖାନ୍ନା। ଏହାସହ ସେ ଏକ ଖବରକାଗଜର ହେଡଲାଇନ୍‌ସକୁ ମଧ୍ୟ ଅପଲୋଡ କରିଛନ୍ତି। ହେଡଲାଇନ୍‌ସ ହିଁ ସବୁ କିଛି ବଖାଣୁଛି ବୋଲି ସେ ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.