Below header

ଚତୁର୍ଥୀ ରାତିରେ ସ୍ତ୍ରୀଙ୍କୁ ଦିଆଯାଉଥିବା ଉପହାର ସେହି ରାତିକୁ କରେ ଆହୁରି ଖାସ୍‌, ଜାଣନ୍ତୁ କେଉଁ ଜିନିଷ ଦେଇପାରିବେ ଆପଣଙ୍କ ସ୍ତ୍ରୀଙ୍କୁ

ବିବାହ ପରେ ସୁହାଗରାତ୍‌ ଅର୍ଥାତ୍‌ ଚତୁର୍ଥୀ ରାତି ସବୁ ନବଦମ୍ପତିଙ୍କ ପାଇଁ ବହୁତ ଖାସ୍‌ ହୋଇଥାଏ। ଏହା ସେମାନଙ୍କ ଜୀବନର ସବୁଠାରୁ ସ୍ମରଣୀୟ ଦିନ। ଚତୁର୍ଥୀ ରାତିରେ ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ ଆପଣ ଏହାକୁ କେଉଁଠି ବିତାଉଛନ୍ତି, ବରଂ ଏହା ଗୁରୁତ୍ୱପୂର୍ଣ୍ଣ ଏହାକୁ ଆପଣ କେମିତି ବିତାଉଛନ୍ତି। ଏଠାରେ ସ୍ୱାମୀ ତା’ ସ୍ତ୍ରୀକୁ ପୂରା ନିଜର କରିବାକୁ ଚେଷ୍ଟା କରିଥାଏ। ଆଉ ସେହି ରାତିକୁ ଅଧିକ ସ୍ପେଶାଲ କରିଥାଏ ସ୍ୱାମୀ ସ୍ତ୍ରୀକୁ ଦେଉଥିବା ଉପହାର। କାରଣ, ଏହି ଉପହାର ଛୋଟିଆ ହେଉ କି ବଡ଼, ସାରା ଜୀବନ ପାଇଁ ସ୍ତ୍ରୀ ଏହାକୁ ମନେ ରଖିଥାଏ।

ଯଦି ଆପଣ ବିବାହ କରିବାକୁ ଯାଉଛନ୍ତି, ତା’ହେଲେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପହାର ବିଷୟରେ କହିକୁ, ଯାହାକୁ ଆପଣ ଆପଣଙ୍କ ସ୍ତ୍ରୀଙ୍କୁ ସୁହାଗରାତ୍‌ରେ ଦେଇପାରିବେ।

bed3

୧. ଲଭ୍‌ ଲେଟର

ବିବାହର ପ୍ରଥମ ରାତି ହିଁ ସୁହାଗରାତ୍‌ ବା ଚତୁର୍ଥୀ ରାତି ହୋଇଥାଏ। ଏହି ରାତିକୁ ନେଇ ମହିଳାମାନେ ପ୍ରଥମରୁ ହିଁ ଭାବୁକ ଥାଆନ୍ତି। ଏହି ସମୟରେ ଆପଣ ତାଙ୍କ ପାଇଁ ଏକ ପ୍ରେମଭରା ଚିଠି ଲେଖିପାରିବେ, ଯେଉଁଥିରେ ଆପଣ ଆପଣଙ୍କ ଭାବନା ବିଷୟରେ କହିପାରିବେ। ସୁହାଗରାତ୍‌ରେ ପ୍ରେମ ପତ୍ରଠାରୁ ଆଉ ବଡ଼ କୌଣସି ବି ଉପହାର ହୋଇପାରେନା।

bed4

୨. ସ୍ମୃତିର ସ୍କ୍ରାପ୍‌ ବୁକ୍‌

ଯଦି ଆପଣଙ୍କର ଲଭ୍‌ ମ୍ୟାରେଜ୍‌, ତା’ହେଲେ ବିବାହ ପୂର୍ବରୁ ଆପଣ ଆପଣଙ୍କ ସ୍ତ୍ରୀଙ୍କ ସହିତ ବିତାଇଥିବା ସମୟକୁ ଏକ ସ୍କ୍ରାପ୍‌ ବୁକ୍‌ରେ ସାଇତି ରଖି ତାଙ୍କୁ ଉପହାର ଭେଟି ଦେଇପାରିବେ। ଏଥିରେ ତାଙ୍କୁ ପ୍ରେମକୁ ନେଇ ଆହୁରି ବିଶ୍ୱାସ ଆସିଯିବ। ଯଦି ଆପଣଙ୍କ ଆରେଞ୍ଜ୍‌ ମ୍ୟାରେଜ୍‌, ତା’ହେଲେ ଆପଣ ନିର୍ବନ୍ଧଠୁ ନେଇ ବିବାହ ସହ ଜଡ଼ିତ କିଛି ଖାସ୍‌ ଫଟୋକୁ ସ୍କ୍ରାପ୍‌ ବୁକ୍‌ରେ ଯୋଡ଼ିପାରିବେ।

bed5

୩. ଲେଡିଜ୍‌ ଇନରେଓ୍ଵୟାର୍‌

ଆପଣ ଆପଣଙ୍କ ସ୍ତ୍ରୀଙ୍କୁ କିଛି ସେକ୍ସି ଇନରେଓ୍ଵୟାର ଦେଇ ଖୁସି କରାଇ ପାରିବେ। ସେକ୍ସି ଇନରେଓ୍ଵୟାର ଦେଇ ମାହୋଲକୁ ଉତ୍ତେଜିତ କରିପାରିବେ। ଧ୍ୟାନ ରଖିବେ, ଏମିତି ଇନରେଓ୍ଵୟାର କିଣିବେ, ଯାହାକି ତାଙ୍କ ମାପର ହୋଇଥିବ ଏବଂ ତାଙ୍କୁ ସୁନ୍ଦର ଦେଖାଯାଉଥିବ।

bed6

୪. ଗହଣା

ଗହଣା ବହୁତ ସାଧାରଣ ଉପହାର, ଯାହାକି ପୁରୁଷମାନେ ନିଜ ସ୍ତ୍ରୀଙ୍କୁ ପ୍ରଥମ ରାତିରେ ଦେଇଥାଆନ୍ତି। କିନ୍ତୁ ଆପଣଙ୍କୁ ବହୁତ ଦାମୀ ଗହଣା, ହୀରା ମୁଦି, ହୀରା ନେକ୍‌ଲେସ ସେଟ୍‌ ଆଦି ଦେବା ବି ଏତେ ଜରୁରୀ ନୁହେଁ।

bed1

୫. ଗିଫ୍ଟ ବାସ୍କେଟ୍‌

ଯଦି ଆପଣ କିଛି ଭଲ ଉପହାର ନିର୍ଦ୍ଧାରଣ କରିପାରୁନାହାନ୍ତି, ତା’ହେଲେ ଆପଣ ତାଙ୍କୁ ଉପହାରର ଏକ ବାସ୍କେଟ୍‌ ମଧ୍ୟ ଦେଇପାରିବେ। ଏଥିରେ ସୁଗନ୍ଧିତ ମହମବତି, ପରଫ୍ୟୁମ୍‌, ଚକୋଲେଟ୍‌ସ କିମ୍ବା ତାଙ୍କୁ ପସନ୍ଦ ହେଲା ଭଳି କୌଣସି ବି ଜିନିଷ ଆପଣ ରଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.