Below header

ଭୁଲରେ ବି ଏହି ସବୁ ଜିନିଷକୁ ରଖନ୍ତୁ ନାହିଁ ତଳେ : ନଚେତ୍ ସବୁଦିନ ପାଇଁ ହୋଇଯିବେ ଗରିବ

ପ୍ରତିଦିନ ମଣିଷ କିଛି ନା କିଛି ନୂଆ ପ୍ରୟାସ କରିଥାଏ ଯାହା ପଛର ଅସଲ କାରଣ ହେଉଛି ସୁଖ, ଶାନ୍ତି ଏବଂ ଉନ୍ନତି । କିନ୍ତୁ ଅନେକ ସମୟରେ ଆପଣ ଦେଖିଥିବେ ଆମେ ଟଙ୍କା ତ ରୋଜଗାର କରିଦେଉ ହେଲେ ଘରକୁ ସୁଖ ଶାନ୍ତି ଆସିପାରିନଥାଏ । ଏମିତି କଣ କାରଣ ହୋଇଥାଏ କିମ୍ବା କେଉଁ କାମ ଆମେ ଭୁଲ୍ ବସିତଃ କରିଥାଉ ଯାହା ଫଳରେ ଆମର ସୁଖୀ ଜୀବନରେ ଗ୍ରହଣ ଲାଗିଥାଏ । ଏବେ ଆମେ କହିବୁ ଏହାର କିଛି ସମ୍ଭାବ୍ୟ କାରଣ । ଯେପରିକି କିଛି ଜିନିଷ ଅଛି ଯାହାକୁ ତଳେ ରଖିଲେ ଘରର ସୁଖ ଶାନ୍ତି ବିଗିଡି ଯାଇଥାଏ ।

ତଳେ ରଖନ୍ତୁ ନାହିଁ ଏହି ସବୁ ଜିନିଷ :

– ପ୍ରତିଦିନ ଆମ ଘରେ ଦୀପ ଜାଳିଥାଉ । ଭଗବାନଙ୍କୁ ପୂଜା କରିବା ପାଇଁ ଦୀପ ଜଳାଯାଇଥାଏ । ତେଣୁ କେବେ ବି ଭୁଲରେ ଦୀପକୁ ତଳେ ରଖନ୍ତୁ ନାହିଁ ।

– ଶିବଲିଙ୍ଗ ପୂଜା ଆମେ ପ୍ରତିଦିନ କରିଥାଉ । କିନ୍ତୁ କଣ ଆପଣ ଜାଣନ୍ତି ଶିବଲିଙ୍ଗକୁ କେବେ ତଳେ ରଖିବା ଉଚିତ୍ ନୁହେଁ । ପୂଜା ଘର ସଫା କରିବା ସମୟରେ ଶିବଲିଙ୍ଗକୁ ଆମେ ତଳେ ରଖିଦେଉ । କିନ୍ତୁ ଏପରି କରିବା ଅନୁଚିତ୍ ।

ଏହା ସହ ପଢନ୍ତୁ ବିନା ଖର୍ଚ୍ଚରେ ରୋଗ ଭଲ ହେବ, ଜାଣନ୍ତୁ ଉପାୟ

– ସେହିପରି ଶାଳଗ୍ରାମର ପୂଜା ଆମେ କରିଥାଉ । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶାଳଗ୍ରାମକୁ ତଳେ ରଖିବା ଅନୁଚିତ୍ । ଏହା ଦ୍ବାରା ଘରର ଆର୍ଥିକ ସ୍ଥିତି ଖରାପ ହୋଇଥାଏ ।

– ଏକ ପବିତ୍ର ସୂତା ହେଉଛି ପଇତା । ତେଣୁ ଏହାକୁ କେବେ ତଳେ ରଖିବା କିମ୍ବା ଫିଙ୍ଗିବା ଅନୁଚିତ୍ । ପଇତା ଖରାପ ହୋଇଗଲେ ଏହାକୁ ଗଛ ଡାଳରେ ବାନ୍ଧି ଦିଅନ୍ତୁ କିମ୍ବା ଗଛ ତଳେ ପୋତି ଦିଅନ୍ତୁ ।

– ସେହିପରି ଶଙ୍ଖର ପ୍ରୟୋଗ ସବୁ ଘରେ ହୋଇଥାଏ । ଶଙ୍ଖକୁ କେବେ ବି ତଳେ ରଖନ୍ତୁ ନାହିଁ । ଏହା ସହ ଶଙ୍ଖକୁ ବଜାଇ ସାରିବା ପରେ ଏହାକୁ ଧୋଇକି ରଖନ୍ତୁ ।

– ଶାସ୍ତ୍ର ଅନୁସାରେ ଭୋଜନ ଥାଳିକୁ କେବେ ତଳେ ରଖନ୍ତୁ ନାହିଁ । କାରଣ ଖାଦ୍ୟ ଥାଳିକୁ ତଳେ ରଖିବା ଦୁର୍ଭାଗ୍ୟର କାରଣ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.