ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର (କେନ୍ୟୁଜ୍) : ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂଧ୍ୟାରେ ଏହି ବୈଠକ ବସିବ । ଏଥିରେ ୬୬ଟି ପୌରାଞ୍ଚଳର କାର୍ୟ୍ୟ ଅବଧି ବୃଦ୍ଧି ସମେତ ମୋଟ୍ ୮ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ । ଆସନ୍ତା ୩୦ ତାରିଖରେ ରାଜ୍ୟର ୬୬ ପୌରାଞ୍ଚଳର କାର୍ୟ୍ୟକାଳ ଶେଷ ହେବାକୁ ଯାଉଛି । ତେଣୁ ସରକାର ପୌରାଞ୍ଚଳର କାର୍ୟ୍ୟ ଅବଧି ୬ ମାସ ଘୁଞ୍ଚାଇ ଦେଇ ପାରନ୍ତି । ସେହିପରି ଆସନ୍ତାକାଲିଠୁ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାରୁ କିଛି ବିଲ୍ ସମ୍ପର୍କରେ କ୍ୟାବିନେଟକୁ ଅବଗତ କରାଯାଇପାରେ । ଏହା ସହ ଅଧିବେଶନ ପୂର୍ବରୁ ସରକାର ଘୋଷଣା କରିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଉପରେ ଆଲୋଚନା କରାଯାଇ ସେଗୁଡ଼ିକୁ ଅନୁମୋଦନ ଦିଆଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.