ନୂଆ ବର୍ଷରେ ଏହି ୭ଟି ରାଶି ଉପରେ ବର୍ଷିବ ନିଜ ପାର୍ଟନରଙ୍କ ଭଲପାରିବା, ଏଥିରେ ଅଛି କି ଆପଣଙ୍କ ରାଶି?

ନୂଆବର୍ଷ ଆସିଗଲା ମାତ୍ରେ ସମସ୍ତଙ୍କ ମନରେ ନିଜର ଭବିଷ୍ୟକୁ ନେଇ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଥାଏ । ଏହାଭିତରେ ଯେଉଁ ଲୋକମାନେ ଶିଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି କିମ୍ବା ନିଜ ଜୀବନସାଥୀଙ୍କ ଖୋଜ୍ ରେ ରହିଛନ୍ତି ସେମାନେ ମଧ୍ୟ ଜାଣିବାକୁ ଚାହିଁଥାନ୍ତି କି ନୂଆବର୍ଷରେ ସେମାନଙ୍କ ଲଭ୍ ଲାଇଫ୍ କେମିତି କଟିବ । ତେବେ ଆସନ୍ତୁ ଜାଣିବା ଜୌତିଷ ବିଜ୍ଞାନ ଅନୁସାରେ ଏହି ନୂଆବର୍ଷ ୨୦୧୯ରେ କେଉଁ ରାଶି ମାନଙ୍କ ଉପରେ ସେମାନଙ୍କ ପାର୍ଟନରଙ୍କ ବହୁତ ସାରା ଭଲପାଇବା ବର୍ଷିବ ।

2nଆସନ୍ତୁ ଜାଣିବା ସେହି ସବୁ ରାଶି ସମ୍ପର୍କରେ :

ମିଥୁନ: ଏହି ରାଶିର ବ୍ଯକ୍ତି ମାନଙ୍କୁ ନୂଆବର୍ଷରେ ନିଜ ପାର୍ଟନରଙ୍କ ସହଯୋଗ ଏବଂ ଭଲପାଇବା ମିଳିବ । ଯେଉଁ ବ୍ୟକ୍ତି ସିଙ୍ଗଲ୍ ଅଛନ୍ତି ସେମାନଙ୍କୁ ଅଗଷ୍ଟ ମାସ ଭିତରେ ମନପସନ୍ଦର ସାଥୀ ମିଳିବାର ସମ୍ଭାବନା ରହିଛି।

8nକନ୍ୟା: ବର୍ଷ ପ୍ରାରମ୍ଭରୁ ଲଭ୍ ଲାଇଫ୍ ବେଶି ଭଲ ରହିନପାରେ, କିନ୍ତୁ ସମୟ ଅନୁସାରେ ସମ୍ପର୍କରେ ସ୍ଥିରତା ଆସିବ । ନିଜର ପାର୍ଟନଙ୍କ ସହିତ ଭଲ ସମ୍ପର୍କ ରହିବା ସହ ଭଲ ପାଇବା ବଢିବ । ତେଣୁ ସମ୍ପର୍କରେ କିଛିଟା ସ୍ପେଶ ରଖନ୍ତୁ । ଯଦି ସିଙ୍ଗଲ୍ ଅଛନ୍ତି ତେବେ ନୂଆବର୍ଷରେ କେହି ଆପଣଙ୍କ ମନରେ ଜାଗା କରିପାରେ।

1nତୁଳା: ନୂଆବର୍ଷରେ ନିଜ ପାର୍ଟନରଙ୍କ ସହିତ ବୁଲିବାକୁ ଯାଆନ୍ତୁ ଯାହାଫଳରେ ଆପଣଙ୍କ ସମ୍ପର୍କରେ ଭଲପାଇବା ବଢିବ । ସିଙ୍ଗଲ୍ ଥିବା ବ୍ୟକ୍ତିମାନେ ନୂଆ ସମ୍ପର୍କ ଗଢିବା ପୂର୍ବରୁ ଟିକେ ସତର୍କ ରୁହନ୍ତୁ । ପ୍ରେମରେ କୌଣସି ବି ନିଷ୍ପତ୍ତି ନେବା ପୂର୍ବରୁ ବିଶ୍ବାସ କରି ବୁଝିବିଚାରି କାମ କରନ୍ତୁ ।

7nବୃଷ : ନୂଆବର୍ଷ ଆପଣଙ୍କ ଲଭ୍ ଲାଇଫ୍ ବହୁତ ହି ରୋମାଣ୍ଟିକ୍ ରହିବ । ଯଦି ଆପଣଙ୍କ ପାର୍ଟନର ଭଲପାଇବା ଚାହୁଁଛନ୍ତି ତେବେ ଆପଣ ମଧ୍ୟ ପାର୍ଟନରଙ୍କୁ ସେତିକି ହିଁ ଭଲପାଇବା ଦିଅନ୍ତୁ । ପାର୍ଟନରଙ୍କ ସହିତ ଅଧିକ ସମୟ ଅତିବାହିତ କରନ୍ତୁ । ଏହା କରିବା ଦ୍ବାରା ଦୁଇ ଜଣଙ୍କ ମଧ୍ୟରେ ଭଲପାଇବା ଆହୁରି ବଢିବ ।

6nଧନୁ: ଧନୁ ରାଶିର ବ୍ୟକ୍ତିମାନଙ୍କ ପାଇଁ ନୂଆ ବର୍ଷରେ ଲଭ୍ ଲାଇଫ୍ ମିଶାମିଶି ଫଳ ପ୍ରଦାନ କରିବ । ପାର୍ଟନରଙ୍କ ସହିତ ଝଗଡା, ମତଭେଦ ହୋଇପାରେ କିନ୍ତୁ ଯାହାକୁ ନେଇ ଆପଣଙ୍କ ସମ୍ପର୍କ ଉପରେ କୌଣସିବି ଫରକ ପଡିବ ନାହିଁ । ପାର୍ଟନରଙ୍କୁ ନିଜର ମନ କଥା ଖୋଲିକି କୁହନ୍ତୁ ଏବଂ ତାଙ୍କୁ କୌଣସି ବି କଥା ଲୁଚାନ୍ତୁ ନାହିଁ । ତାଙ୍କୁ ଯେତେପାରୁଛନ୍ତି ଖୁସିରେ ରଖିବାକୁ ଚେଷ୍ଟା କରନ୍ତୁ ।

3nମକର: ଯଦି ଆପଣ ନିଜର ପ୍ରେମିକା କିମ୍ବା ପ୍ରେମିକଙ୍କ ସହିତ ବିବାହ କରିବାକୁ ଚାହୁଁଛନ୍ତି ତେବେ ଏହି ନୂଆ ବର୍ଷ ଆପଣଙ୍କ ପାଇଁ ବେଷ୍ଟ୍ ହେବ । ଯେଉଁ ବ୍ୟକ୍ତି ସିଙ୍ଗଲ୍ ଅଛନ୍ତି ସେମାନଙ୍କୁ ନୂଆ ବର୍ଷରେ ଜୀବନସାଥୀ ମିଳିବାର ପୁରା ସମ୍ଭାବନା ଦେଖାଦେଉଛି । ପାର୍ଟନରଙ୍କୁ ଭଲପାଇବା ସହ ତାଙ୍କର ଇଜ୍ଜତ ମଧ୍ୟ କରନ୍ତୁ ।

5nକୁମ୍ଭ: ଏହି ରାଶିର ବ୍ୟକ୍ତିମାନଙ୍କ ପକ୍ଷେ ବର୍ଷ ଆରମ୍ଭରୁ ନିଜ ସାଥୀଙ୍କ ସହିତ କିଛି ମତଭେଦ ଦେଖାଦେଇପାରେ କିନ୍ତୁ ସମୟ ସହିତ ସମ୍ପର୍କରେ ଖୁସି ଆସିବ । ପାର୍ଟନରଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରନ୍ତୁ । ନିଜର ଲଭରଙ୍କ ସହିତ ବିବାହ କରିବାକୁ ଚାହୁଁଥିବା ଏହା ଠିକ୍ ସମୟ ଅଟେ ।

 

Leave A Reply

Your email address will not be published.