Below header

ଗୁଡ଼ ଓ ଡାଲଚିନିର ଏହି ଟେଷ୍ଟି ଡ୍ରିଙ୍କ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ କରୋନାକୁ ମଧ୍ୟ କହିବ ଗୁଡ଼ ବାଏ

ବର୍ତ୍ତମାନ କରୋନା ଭାଇରସର ଆତଙ୍କ ସାରା ବିଶ୍ୱରେ ଲାଗିରହିଛି। ଏଣୁ ସମସ୍ତେ ସୁସ୍ଥ ରହିବାକୁ ସବୁ ଉପାୟ ଆପଣାଉଛନ୍ତି। କିଏ ଘରେ ରହି ଏକ୍ସରସାଇଜ କରୁଛି ତ ଆଉ କିଏ ଇମ୍ୟୁନିଟି ପାୱାର ବଢ଼ାଇବାକୁ ଖାଦ୍ୟ ଖାଉଛି। ମାତ୍ର ଦିନର ଆରମ୍ଭ ଯଦି ଆପଣ ଏକ ଗରମ ଏନର୍ଜି ଡ୍ରିଙ୍କରୁ କରିବେ ତେବେ ଶରୀରର ଯାବତୀୟ ସମସ୍ୟା ଦୂର ହେବ। ଚା, କଫିକୁ ଛାଡି ଆପଣ ଯଦି ଆୟୁର୍ବେଦ ପାନୀୟ ପିଇବେ ତେବେ ଶରୀରର ମଧ୍ୟ ଲାଭ ହେବ। ଆସନ୍ତୁ ଜାଣିବା ଇମ୍ୟୁନିଟି ପାୱାର ବଢ଼ାଇବାକୁ କେମିତି ପ୍ରସ୍ତୁତ କରିବେ କାଢା…

ଆବଶ୍ୟକୀୟ ସାମଗ୍ରୀ:

ତୁଳସୀ ପତ୍ର- ୩-୪ଟି
ଲବଙ୍ଗ- ୨ଟି
ଗୋଲମରିଚ-୨ଟି
ଡାଲଚିନି ଗୁଣ୍ଡ- ଗୋଟେ ଚିମୁଟା
ଅଦା- ଛୋଟ ଖଣ୍ଡ

How to Make [the best] Chai [ever] - The Hathi Cooks

ପ୍ରସ୍ତୁତି ପ୍ରଣାଳୀ:

  • ସମସ୍ତ ସାମଗ୍ରୀକୁ ଗୁଣ୍ଡ କରି ଏକ ପେଷ୍ଟ ପ୍ରସ୍ତୁତ କରିନିଅନ୍ତୁ।
  • ଏବେ ୨ କପ୍ ପାଣିକୁ ଗ୍ୟାସରେ ବସାଇ ଫୁଟାନ୍ତୁ।
  • ଏଥିରେ ସ୍ୱାଦ ଅନୁସାରେ ଗୁଡ଼ ପକାନ୍ତୁ।
  • ଗୁଡ଼ ମିଶିଯିବା ପରେ ସେଥିରେ ପେଷ୍ଟ ପକାଇ ଗୋଳାଇଦିଅନ୍ତୁ। ଏହାକୁ ୨ ମିନିଟ ଯାଏଁ ଫୁଟିବାକୁ ଛାଡିଦିଅନ୍ତୁ।
    ଏବେ କପରେ ଛାଣି ପିଅନ୍ତୁ।
  • ଏହି କାଢା ଥଣ୍ଡା କାଶ ସମେତ ସମସ୍ତ ରୋଗ ଦୂର କରିବା ସହ କରୋନା ସହ ଲଢ଼ିବାରେ ବି ସାହାଯ୍ୟ କରିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.