Below header

ଶ୍ରାବଣ ଅମାବାସ୍ୟାରେ ବିଶେଷ ପୂଜା କଲେ ଶୁଭ ଫଳ ପ୍ରାପ୍ତି ହୁଏ : କଣ କରିବେ ?

 

ଅଗଷ୍ଟ ୧୧ ତାରିଖ ଶନିବାର ହେଉଛି ଶ୍ରାବଣ ଅମାବାସ୍ୟା । ଏହାକୁ ଶନିଶ୍ଚରୀ ଅମାବାସ୍ୟା ମଧ୍ୟ କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିବାର ଦିନ ଶ୍ରାବଣ ଅମାବାସ୍ୟା ପଡ଼ିଲେ ଏହାର ବିଶେଷ ମହତ୍ୱ ଥାଏ । ଯେଉଁମାନଙ୍କ ଜାତକରେ ଶନି ଭଲ ନାହିଁ ସେମାନଙ୍କୁ କିଛି ବିଶେଷ ଉପାୟ କରିବାକୁ କୁହାଯାଇଛି ।
୧- ଶନିବାର ସକାଳେ ଗାଧୋଇ ସାରିବା ପରେ ଗୋଟିଏ ପାତ୍ରରେ ପାଣି ଓ ତା ଭିତରେ କିଛି କଳା ରାଶି ପକାଇ ଶିବଙ୍କ ଜଳାଭିଷେକ କରିବେ ।
୨-ଶନି ଦେବଙ୍କ ପାଖରେ ସୋରିଷ ତେଲ ଦୀପରେ କଳାରାଶି, କଳା ହରଡ଼ ଦେଇ ଜାଳିବେ ।
୩-ଭିକାରୀ କିମ୍ବା ସହାୟତା ଚାହୁଁଥିବା ବ୍ୟକ୍ତିଙ୍କୁ କଳା ରାଶି, କଳା କମ୍ବଳ, ହରଡ଼ ଡାଲି ଦାନ କରିବେ ।
୪-ଓସ୍ତ ଗଛ ମୂଳରେ ଜଳ ଦେଇ ଘିଅ ଦୀପ ଜଳାଇବା ସହ ସାତଥର ପରିକ୍ରମା କରିବେ ।
୫-ଦିନ ସାରା ଅତି କମ୍‌ରେ ୧୦୮ ଥର ଶନି ମନ୍ତ୍ର ଜପ କରନ୍ତୁ । ଓଁ ପ୍ରାଂ ପ୍ରିଂ ପ୍ରୋଂ ସଃ ଶନିଶ୍ଚରାୟ ନମଃ ମନ୍ତ୍ର ଜପ କରନ୍ତୁ ।
୬-ଦରିଦ୍ର ଲୋକଙ୍କୁ ଭୋଜନ ଦେବା ସହ ନିଜର ପୁରୁଣା ଜୋତା ଦାନ କରନ୍ତୁ ।
୭-ରୁଟିରେ ସୋରିଷ ତେଲ ଲଗାଇ କଳା କୁକୁରଙ୍କୁ ଖାଇବାକୁ ଦିଅନ୍ତୁ ।
୮-ଏହି ଦିନରେ ଶମି ବୃକ୍ଷକୁ ପୂଜା କଲେ ଶୁଭ ଫଳ ମିଳିଥାଏ ।
୯-ଏହି ଦିନ ହନୁମାନଙ୍କ ନିକଟରେ ସ୍ୱତନ୍ତ୍ର ପୂଜା କଲେ ଭଲ ଫଳ ମିଳିଥାଏ ।
୧୦- ପୁରାଣ ଶାସ୍ତ୍ର ଅନୁସାରେ ଏହି ଦିନରେ ଦାନ କଲେ ଶୁଭ ଫଳ ପ୍ରାପ୍ତି ହୁଏ ।
୧୧-ଏହି ଦିନ ତୀର୍ଥରେ ସ୍ନାନ କଲେ ପାପ ମୋଚନ ହୁଏ ବୋଲି ବିଶ୍ୱାସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.