ଯେଉଁମାନଙ୍କ ଘରେ ରହିଥାଏ ଏହି ୫ ବାସ୍ତୁଦୋଷ, ସେଠି ରହେ ନାହିଁ ଧନ

ଘରର ଅବସ୍ଥିତି ଏବଂ ବାସ୍ତୁ ମଧ୍ୟରେ ରହିଥାଏ ଗଭୀର ସମ୍ପର୍କ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ବାସ୍ତୁ ସମ୍ବଦ୍ଧୀୟ ଦୋଷ ରହିଥାଏ ତେବେ ଘରକୁ ଅନେକ ପ୍ରକାରର ଚିନ୍ତା ଆସିବାକୁ ଲାଗିଥାଏ ଏବଂ ସବୁବେଳେ ଧନ ହାନି ହୋଇଥାଏ। ବାସ୍ତୁରେ ଦକ୍ଷିଣ,ଉତ୍ତର-ପଶ୍ଚିମ ଏବଂ ଉତ୍ତର – ପୂର୍ବର ଦିଗକୁ ପଇସାର ଦିଶା ବୋଲି କୁହାଯାଏ। ଏମିତିରେ ଏହି ଦିଶାରେ କିଛି ଦୋଷ ରହିଥାଏ ତେବେ ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାରର ଚିନ୍ତା ଆସିଥାଏ ।

vastu1ବାସ୍ତୁରେ ଉତ୍ତର-ପୂର୍ବ ଦିଗକୁ ଧନର ଦିଗ ବୋଲି ଧରାଯାଏ। ଯେଉଁ ଘରେ ଏହି କୋଣରେ ଅଳିଆ ମିଳିଥାଏ ସେହି ସ୍ଥାନରେ ଧନ ରହିପାରେ ନାହିଁ। ସବୁବେଳେ କିଛି ନା କିଛି କାମରେ ଧନ ହାନି ହେବାକୁ ଲାଗିଥାଏ।

ଯେଉଁ ଘରେ ଉତ୍ତର-ପୂର୍ବ ଦିଗରେ ଅନ୍ଧାର ରହିଥାଏ ସେହିଠାରେ ମଧ୍ୟ ସବୁବେଳେ ଧନ ହାନି ହୋଇଥାଏ। ଘରର ଏହି କୋଣକୁ ଲକ୍ଷ୍ମୀଙ୍କର ନିବାସ ସ୍ଥାନ ବୋଲି ଧରାଯାଏ।

vastuବାସ୍ତୁ ଅନୁସାରେ ଘରର ଦକ୍ଷିଣ ଦିଗକୁ ଯମର ଦିଗ ବୋଲି କୁହାଯାଏ। ଏଥିପାଇଁ ଏହି ଦିଗରେ ଭଣ୍ଡାର ରଖିବା ଉଚିତ ନୁହେଁ।
ଘରର ଉତ୍ତର ପୂର୍ବ ଦିଗରେ କେବେବି ରୋଷେଇ ଘର ବନାଇବା ଉଚିତ୍ ନୁହେଁ। ଏହି ଦିଗରେ ରୋଷେଇ ଘର ଥିଲେ ଆର୍ଥିକ ଚିନ୍ତା ଲାଗିରହିଥାଏ।

ଘରର ମଝି ସ୍ଥାନରେ ଓଜନ ଜିନିଷ,ସିଡି,ଶୌଚାଳୟ ହେବା କାରଣରୁ ଅନେକ ପ୍ରକାରର ଆର୍ଥିକ ଏବଂ ମାନସିକ ଚିନ୍ତାର ସାମ୍ନା କରିବାକୁ ପଡିଥାଏ। ଏହି ସ୍ଥାନକୁ ତୁରନ୍ତ ଠିକ୍ କରିବା ଉଚିତ୍।