ଏକାଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ! ଭୁବନେଶ୍ୱର ବାଣୀବିହାର ସ୍ଥିତ ଡିସିପି ଅଫିସ୍ ବନ୍ଦ କଲା BMC

ଭୁବନେଶ୍ବର(କେନ୍ଯୁଜ୍):କୋଭିଡ ପାଇଁ DCP ଅଫିସ୍ ସିଲ୍। ୪ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ପରେ ଭୁବନେଶ୍ୱର ବାଣୀବିହାର ଛକ ସ୍ଥିତ ଡିସିପିଙ୍କ କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ ଘୋଷଣା କଲା ବିଏମ୍ସି। ୨ ଦିନ ପାଇଁ ଭୁବନେଶ୍ୱର ଡିସିପି ଅଫିସ୍ ବନ୍ଦ ରହିବ ବୋଲି ବିଏମ୍ସି ଦକ୍ଷିଣ ପୂର୍ବ ଜୋନାଲ ଡେପୁଟି କମିଶନର ସୂଚନା ଦେଇଛନ୍ତି। ଏହି ସମୟରେ DCP ଅଫିସ୍କୁ ସାନିଟାଇଜ୍ କରାଯିବ। ୨୦ଜଣଙ୍କର କୋଭିଟ୍ ଟେଷ୍ଟ କରାଯାଇଥିଲା ସେମାନଙ୍କ ମଧ୍ୟରୁ ୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ।
ସୂଚନା ଥାଉକି, ରାଜ୍ୟରେ ୧ ପ୍ରତିଶତ ଉପରେ ସଂକ୍ରମଣ । ୨୪ ଘଣ୍ଟାରେ ୬୮୦ କରୋନା ପଜିଟିଭ୍ ଚିହ୍ନଟ । ଆଜି ପଜିଟିଭ୍ ରେଟ୍ ରହିଛି ୧.୩୧ ପ୍ରତିଶତ । ଯାହାକି ଗତକାଲି ଥିଲା ୦.୭୭ ପ୍ରତିଶତ । ଗତ ୨୪ ଘଣ୍ଟାରେ ୫୧ ହଜାର ୭୪୫ ଟେଷ୍ଟିଂ ହୋଇଛି । ଯାହା ଗତକାଲିଠାରୁ ୩ ହଜାର ୪୮ କମ୍ । ଗତକାଲି ୫୪ହଜାର ୭୯୩ ଟେଷ୍ଟିଂ ହୋଇଥିଲା । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୬୩ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ ଆକ୍ଟିଭ୍ କେସ୍ ରହିଛି ୨ ହଜାର ୮୮୮ ।