ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା, ଲାଗିବ କି ବଡ କଟକଣା?

ଭୁବନେଶ୍ବର(କେନ୍ଯୁଜ୍): ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା। ସନ୍ଧ୍ୟା ୫ଟାରେ କୋଭିଡ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର କରୋନା କେସ୍‌ ବଢିଚାଲିଥିବାରୁ ସ୍ଥିତି ନେଇ କରିବେ ସମୀକ୍ଷା। ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ରହିବେ ଉପସ୍ଥିତ ରହିବେ ।

ସୂଚନା ଥାଉକି, ରାଜ୍ୟରେ ୧ ପ୍ରତିଶତ ଉପରେ ସଂକ୍ରମଣ । ୨୪ ଘଣ୍ଟାରେ ୬୮୦ କରୋନା ପଜିଟିଭ୍‌ ଚିହ୍ନଟ । ଆଜି ପଜିଟିଭ୍‌ ରେଟ୍‌ ରହିଛି ୧.୩୧ ପ୍ରତିଶତ । ଯାହାକି ଗତକାଲି ଥିଲା ୦.୭୭ ପ୍ରତିଶତ । ଗତ ୨୪ ଘଣ୍ଟାରେ ୫୧ ହଜାର ୭୪୫ ଟେଷ୍ଟିଂ ହୋଇଛି । ଯାହା ଗତକାଲିଠାରୁ ୩ ହଜାର ୪୮ କମ୍‌ । ଗତକାଲି ୫୪ହଜାର ୭୯୩ ଟେଷ୍ଟିଂ ହୋଇଥିଲା । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୬୩ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୨ ହଜାର ୮୮୮ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.