ଇଣ୍ଟରନେଟ ନଥିଲେ ମଧ୍ୟ ଏବେ କରିପାରିବେ ଡିଜିଟାଲ ପେମେଣ୍ଟ, RBI ଜାରି କଲା ନିୟମ

ଭାରତରେ ଅନେକ ସ୍ଥାନ ଏପରି ରହିଛି ଯେଉଁଠି ଆଜି ପର୍ଯ୍ୟନ୍ତ ଇଣ୍ଟରନେଟର ସୁବିଧା ପହଞ୍ଚିପାରିନି। ସାଧାରଣତଃ ଗାଁ ମାନଙ୍କରେ ଏହି ସମସ୍ୟା ଦେଖିବାକୁ ମିଳୁଛି। ଗାଁ ସହ ତଳିଆ ଅଞ୍ଚଳ ଗୁଡ଼ିକରେ ଡିଜିଟାଲ ଟ୍ରାଞ୍ଜାକସନ୍‌କୁ ବଢ଼ାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ସୋମବାର ଦିନ ନୂଆ ନିଷ୍ପତ୍ତି ନେଇଛନ୍ତି। ଅଫଲାଇନ ଡିଜିଟାଲ ପେମେଣ୍ଟସ୍‌ କୁ ନେଇ ଏକ ନୂଆ ପ୍ଲାନ ବାହାର କରିଛି।

ଆରବିଆଇ ଡିଜିଟାଲ ପେମେଣ୍ଟକୁ ମଞ୍ଜୁରୀ ଦେଇଛି। ଅଫଲାଇନ ପେମେଣ୍ଟ ଅନ୍ତର୍ଗତ ଏବେ ୨୦୦ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକସନ୍‌ କରିବାର ଅନୁମତି ମିଳିଛି। ଏଥିରେ ମୋଟ ୧୦ଟି ଟ୍ରାଞ୍ଜାକସନ ମାନେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଅଫଲାଇନ ଟ୍ରାଞ୍ଜାକସନ୍‌ କରିବାର ଅନୁମତି ମିଳିଛି। ଅଫଲାଇନ ଡିଜିଟାଲ ପେମେଣ୍ଟ ମାନେ ଏଥିରେ ଇଣ୍ଟରନେଟ ଓ ମୋବାଇଲର ଆବଶ୍ୟକତା ନାହିଁ।

ଏଥିରେ ଆପଣ ସମ୍ପୂର୍ଣ୍ଣ ରୂପେ ଅଫଲାଇନ ମାଧ୍ୟମରେ ପେମେଣ୍ଟ କରିବେ । ଆରବିଆଇର କହିବା ଅନୁଯାୟୀ, ଏହି ଟ୍ରାଞ୍ଜାକସନ୍‌ ପାଇଁ ଏଡିସନ୍‌ ଫ୍ରାକ୍ଟର ଅଫ୍‌ ଅଥେଣ୍ଟିକେସନ୍‌ ର ଆବଶ୍ୟକତା ପଡ଼ିବ ନାହିଁ। କାରଣ ଏଥିରେ ସମସ୍ତ ପ୍ରୋସେସ ଅଫଲାଇନ ମାଧ୍ୟମରେ ହେବ। ତେଣୁ ଗ୍ରାହକଙ୍କୁ ମେସେଜ ଅଥବା ଇମେଲ ଜରିଆରେ ସମୟ ବ୍ୟବଧାନ କ୍ରମେ ଆଲର୍ଟ କରାଯିବ।

ଆରବିଆଇର ଏହି ନିୟମ ଅନୁଯାୟୀ ଏଥିରେ ପ୍ରତ୍ୟେକ ଲେଣ ଦେଣ ପାଇଁ ସୀମା ରେଖା ୨୦୦ ଟଙ୍କା ରଖାଯାଇଛି। ଏହାର ଶେଷ ସୀମା ୨୦୦୦ ଟଙ୍କା ରହିଛି। ଦେଶର ବିଭିନ୍ନ ସ୍ଥାନରେ ସେପ୍ଟେମ୍ବର ୨୦୨୦ରୁ ଜୁନ ମାସ ୨୦୨୧ ମଧ୍ୟରେ ପାଇଲଟ ଆଧାରରେ ଅଫଲାଇନ ପେମେଣ୍ଟ ଆରମ୍ଭ ହୋଇଯାଇଛି। ଏବେ ସବୁ ସ୍ଥାନରେ ଏହାକୁ ଲାଗୁ କରିବା ପାଇଁ ଆରବିଆଇ ପକ୍ଷରୁ କଡ଼ା ଦୃଷ୍ଟି ଦିଆଯାଉଛି।

ରିଜର୍ଭ ବ୍ୟାଙ୍କର କହିବା ଅନୁଯାୟୀ ଅଫଲାଇନ ପେମେଣ୍ଟ ଦ୍ୱାରା ଡିଜିଟାଲ ଟ୍ରାଞ୍ଜାକସନ ବ୍ୟବହାରର ଗୁରୁତ୍ୱ ବଢ଼ିବ। ଇଣ୍ଟରନେଟ ନଥିବା ସ୍ଥାନରେ ମଧ୍ୟ କୌଣସି ସମସ୍ୟା ହେବ ନାହିଁ। ବିଶେଷ କରି ଗାଁରେ ଏହାର ପ୍ରଭାବ ବୃଦ୍ଧି ପାଇବ । ଲୋକମାନେ ଏହାକୁ ସହଜରେ ବ୍ୟବହାର କରିପାରିବେ। କିନ୍ତୁ ଏହା ସେବେ ସମ୍ଭବ ହେବ ଯେବେ ଗ୍ରାହକ ଚାହିଁବେ। ଗ୍ରାହକଙ୍କ ବିନା ଅନୁମତିରେ ଏହା କରାଯିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.