Below header

ଭେଟେରାନ ଆକ୍ଟର ପ୍ରେମ ଚୋପ୍ରା ଓ ତାଙ୍କ ସ୍ତ୍ରୀ ଉମା ଚୋପ୍ରାଙ୍କୁ କରୋନା; ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଚାଲିଛି ଚିକିତ୍ସା

ଗତ କିଛି ଦିନ ହେବ ବଲିଉଡ ସେଲିବ୍ରିଟିମାନେ କରୋନା ପଜିଟିଭ ହେବାର ଖବର ସାମ୍ନାକୁ ଆସୁଛି। ସୋମବାର ଜନ୍ ଆବ୍ରାହମ୍ ଓ ଏକତା କପୁରଙ୍କ ପରେ ଏବେ ବଲିଉଡର ଖ୍ୟାତନାମା ଅଭିନେତା ପ୍ରେମ ଚୋପ୍ରା ଓ ତାଙ୍କ ସ୍ତ୍ରୀ ଉମା ଚୋପ୍ରାଙ୍କ କୋଭିଡ୍-୧୯ ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି। ଉଭୟଙ୍କୁ ମୁମ୍ବାଇସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁଯାୟୀ, ବରିଷ୍ଠ ଅଭିନେତା ପ୍ରେମ ଚୋପ୍ରା ଓ ତାଙ୍କ ସ୍ତ୍ରୀ ଉମା ଚୋପ୍ରା କରୋନା ପଜିଟିଭ୍ ଥିବା ଜଣାପଡିଛି। ୮୬ ବର୍ଷୀୟ ଏହି ଭେଟେରାନ ଅଭିନେତା ଓ ତାଙ୍କ ସ୍ତ୍ରୀଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ ରିପୋର୍ଟରେ ଦାବି କରାଯାଇଛି କି, ଦୁଇ ଜଣଙ୍କୁ ଆଗାମୀ ଦିନେ କିମ୍ବା ଦୁଇ ଦିନ ଭିତରେ ହସ୍ପିଟାଲରୁ ଡିସଚାର୍ଜ କରାଯିବାର ସମ୍ଭାବନା ରହିଛି।

ଧୀରେ ଧୀରେ ହେଉଛନ୍ତି ସୁସ୍ଥ

ଅଭିନେତାଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ‘ଉଭୟଙ୍କୁ ମୋନୋକ୍ଲୋନଲ ଆଣ୍ଟିବଡି କକଟେଲ ଦିଆଯାଇଛି ଏବଂ ଉଭୟ ଧୀରେ ଧୀରେ ଭଲ ଭାବରେ ସୁସ୍ଥ ହେଉଛନ୍ତି। ଆଶା ରହିଛି କି, ସେମାନଙ୍କୁ ଦିନେ କିମ୍ବା ଦୁଇ ଦିନ ଭିତରେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯିବ। କହି ରଖୁଛୁ, ଭେଟେରାନ୍ ଅଭିନେତା ପ୍ରେମ ଚୋପ୍ରା ବଲିଉଡର କେତେକ ସୁପରହିଟ୍‌ ଚଳଚ୍ଚିତ୍ରରେ ମୁଖ୍ୟ ଖଳନାୟକ ଏବଂ ଚରିତ୍ର ଅଭିନେତା ଭାବେ ନିଖୁଣ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ ମୁଖ୍ୟ ଚଳଚ୍ଚିତ୍ର ମଧ୍ୟରେ ବବି, ଦୋ ରାସ୍ତେ, କଟି ପତଙ୍ଗ ଭଳି ଫିଲ୍ମ ସୁପରହିଟ୍‌ ହୋଇଥିଲା।

ସେପଟେ ଗତକାଲି ଅର୍ଥାତ୍‌ ସୋମବାର ନିର୍ମାତା ଏକତା କପୁରଙ୍କ କୋଭିଡ୍‌ ଟେଷ୍ଟ ରିପୋର୍ଟ ବି ପଜିଟିଭ ଆସିଛି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ଏଥିରେ ସେ ତାଙ୍କ ସହିତ ଯୋଗାଯୋଗରେ ଆସିଥିବା ଲୋକଙ୍କୁ ତୁରନ୍ତ କରୋନା ଟେଷ୍ଟ କରେଇ ନେବାକୁ ନିବେଦନ କରିଛନ୍ତି। ଏକତା କପୁର ଇନଷ୍ଟାଗ୍ରାମରେ ସେୟାର କରିଥିବା ପୋଷ୍ଟରେ ଲେଖିଛନ୍ତି, ‘ସବୁ ପ୍ରକାର ସତର୍କତା ଅବଲମ୍ବନ କରିବା ପରେ ମଧ୍ୟ ମୁଁ କରୋନାରେ ସଂକ୍ରମିତ ହୋଇଛି। ମୁଁ ଭଲ ଅଛି ଏବଂ ମୋ ସମ୍ପର୍କରେ ଆସିଥିବା ସେହି ଲୋକମାନଙ୍କୁ ନିବେଦନ କରୁଛି କି, ଦୟାକରି ନିଜର ପରୀକ୍ଷା କରେଇ ନିଅନ୍ତୁ’।

ସେହିପରି ରବିବାର ଅଭିନେତା ଜନ୍ ଆବ୍ରହାମ ଓ ତାଙ୍କ ସ୍ତ୍ରୀ ପ୍ରିୟା ରୁଞ୍ଚଲ ମଧ୍ୟ କରୋନା ପଜିଟିଭ ବାହାରିଛନ୍ତି। ଗତ ବର୍ଷ ଡିସେମ୍ବର ମାସରେ କରୀନା କପୁର ଖାନ, ଅମୃତା ଅରୋରା, ମହେପ କପୁର, ସୀମା ଖାନ, ଅର୍ଜୁନ କପୁର, ରିୟା କପୁର, କରଣ ବୁଲାନି, ଅଂଶୁଲା କପୁର, ନୋରା ଫତେହୀଙ୍କ ସମେତ ଅନେକ ସେଲିବ୍ରିଟି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସମସ୍ତେ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଜକୁ କ୍ୱାରେଣ୍ଟାଇନରେ ରଖିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.