Below header

ଖୁସି ଖବର! ଦେଶର କୃଷକଙ୍କୁ ସରକାର ଦେଉଛନ୍ତି ୧୫ ଲକ୍ଷ ଟଙ୍କା, ଫଟାଫଟ୍ କରନ୍ତୁ ଆବେଦନ; ଏହା ହେଉଛି ଉପାୟ

କେନ୍ଦ୍ର ସରକାର କୃଷକଙ୍କ ପ୍ରତି ସହାନୁଭୂତି ଦେଖାଇଛନ୍ତି। କୃଷକଙ୍କ ଆୟକୁ ବଢ଼ାଇବା ପାଇଁ ସରକାର ଲଗାତାର ଚେଷ୍ଟା କରୁଛନ୍ତି। ସରକାରଙ୍କ ତରଫରୁ କୃଷକମାନଙ୍କୁ ନୂଆ କୃଷି ବ୍ୟବସାୟ ଆରମ୍ଭ କରିବା ପାଇଁ ୧୫ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ। ଆସନ୍ତୁ ଜାଣିବା, ଆପଣ କିପରି ଏହି ଯୋଜନାର ଲାଭ ଉଠାଇ ପାରିବେ।

କେମିତି ମିଳିବ ୧୫ ଲକ୍ଷ ଟଙ୍କା

ସରକାର PM Kisan FPO ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ କୃଷକ ଉତ୍ପାଦକ ସଂଗଠନକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସାରା ଦେଶର କୃଷକମାନଙ୍କୁ ନୂଆ କୃଷି ବ୍ୟବସାୟ ଆରମ୍ଭ କରିବା ପାଇଁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଦିଆଯିବ। ଏହି ଯୋଜନାର ଲାଭ ପାଇବା ପାଇଁ ୧୧ ଜଣ କୃଷକଙ୍କୁ ମିଶି ଏକ ସଂଗଠନ କିମ୍ବା କମ୍ପାନୀ ଗଠନ କରିବାକୁ ପଡିବ। ଏହାଦ୍ୱାରା କୃଷକମାନଙ୍କୁ କୃଷି ସମ୍ବନ୍ଧିତ ଉପକରଣ ଏବଂ ସାର, ମଞ୍ଜି କିମ୍ବା ଔଷଧ କିଣିବାରେ ଅଧିକ ସହଜ ହେବ।

ଏମିତି କରନ୍ତୁ ଆବେଦନ

-ପ୍ରଥମେ ଜାତୀୟ କୃଷି ବଜାରର ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ।

-ବର୍ତ୍ତମାନ ଆପଣଙ୍କ ସାମ୍ନାରେ ହୋମ୍ ପେଜ୍ ଖୋଲିବ।

-ଏବେ ହୋମ୍ ପେଜ୍ରେ FPOର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।

-ଆପଣ ‘ରେଜିଷ୍ଟ୍ରେସନ୍’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।

-ବର୍ତ୍ତମାନ ଆପଣଙ୍କ ସାମ୍ନାରେ ପଞ୍ଜୀକରଣ ଫର୍ମ ଖୋଲିବ।

-ଫର୍ମରେ ମଗା ଯାଇଥିବା ସୂଚନା ଭରନ୍ତୁ।

-ଏହାପରେ ଆପଣ ପାସବୁକ୍ କିମ୍ବା ପୁଣି cancel check and ID proofକୁ ସ୍କାନ କରି ଅପଲୋଡ୍ କରନ୍ତୁ।

-ଏବେ ଆପଣ ସବମିଟର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।

ଏମିତି କରନ୍ତୁ ଲଗ୍ ଇନ୍

-ଯଦି ଆପଣଙ୍କୁ ଲଗ ଇନ୍ କରିବାକୁ ଅଛି, ତା’ ହେଲେ ପ୍ରଥମେ ଜାତୀୟ କୃଷି ବଜାରର ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ।

-ଏବେ ଆପଣଙ୍କ ସାମ୍ନାରେ ହୋମ୍ ପେଜ୍ ଖୋଲିବ।

-ଏହା ପରେ ଆପଣ FPOର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।

-ବର୍ତ୍ତମାନ ଆପଣ ଲଗ ଇନ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ।

-ଏହାପରେ ଆପଣଙ୍କ ସାମ୍ନାରେ ଲଗ୍ ଇନ୍ ଫର୍ମ ଖୋଲିବ।

-ଏବେ ଏଥିରେ ୟୁଜରନେମ୍ ପାସୱାର୍ଡ ଏବଂ କ୍ୟାପଚା କୋଡ୍ ଦେବାକୁ ହେବ।

-ଏହା ସହିତ ହିଁ ଆପଣ ଲଗ୍ ଇନ୍ କରି ନେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.