Below header

ସବୁ ବ୍ଲେଡର ମଧ୍ୟରେ କାହିଁକି ବନଯାଇଥାଏ ଏହି ସ୍ୱତନ୍ତ୍ର ଡିଜାଇନ, ଜାଣନ୍ତୁ ଏହା ପଛର କାରଣ

ସାଧାରଣତଃ ଆମେ ପ୍ରତିଦିନିଆ ଜୀବନରେ ଏପରି ଅନେକ ପ୍ରକାର ଜିନିଷ ବ୍ୟବହାର କରିଥାଉ ଯାହା ବିଷୟରେ ଆମକୁ ସମ୍ପୂର୍ଣ୍ଣଭାବେ ଜଣା ନଥାଏ । ଆଜି ଆମେ ଆପଣଙ୍କୁ ଏପରି ଏକ ତଥ୍ୟ ବିଷୟରେ ଜଣାଇବାକୁ ଚାଁହୁଛୁ ଯାହା ଆପଣ କେବେବି ଜାଣିନଥିବେ । ଆଜ୍ଞା ହଁ ଆମେ କହୁଛୁ ବ୍ଲେଡ ବିଷୟରେ । କଣ ଆପଣ କେବେ ଭାବିଛନ୍ତି ଯେ ପ୍ରତ୍ୟେକ ବ୍ଲେଡର ମଧ୍ୟରେ ଏପରି ଏକ ସ୍ୱତନ୍ତ୍ର ଡିଜାଇନ କାହିଁକି କରାଯାଇଥାଏ । ଯଦି ଆପଣ ଜାଣିନାହାନ୍ତି ତାହେଲେ ଆସନ୍ତୁ ଜାଣିବା ଏହାର ଉତ୍ତର ।

ଏହାସହ ପଢନ୍ତୁ ଆଶ୍ଚର୍ଯ୍ୟ ! ଗୋଟିଏ ଗଛରେ ଫଳୁଛି ୪୦ ପ୍ରକାରର ଫଳ

ସୂଚନା ଅନୁଯାୟୀ ଯେବେଠାରୁ ବ୍ଲେଡର ବ୍ୟବହାର ଆରମ୍ଭ ହୋଇଛି ସେବେଠୁ ବ୍ଲେଡର ଏହି ଗୋଟିଏ ଡିଜାଇନ ଦେଖିବାକୁ ମିଳିଥାଏ । ପ୍ରଥମେ ଜିଲେଟ କମ୍ପାନୀ ବ୍ଲେଡର ପ୍ରସ୍ତୁତି ଆରମ୍ଭ କରିଥିଲା । ଏହି କମ୍ପାନୀ ଯେବେଠାରୁ ବ୍ଲେଡ ତିଆରି ଆରମ୍ଭ କଲା ପ୍ରଥମରୁ ହିଁ ସେ ଏହି ଡିଜାଇନ ଦେଇଆସିଥିଲା କାରଣ ପୂର୍ବରୁ ଏହି ସେପର ରେଜର ଆସୁଥିଲା । ଅନ୍ୟ ପ୍ରକାରର ରେଜର ସେତେବେଳେ ଆସିନଥିଲା । ସେଥିପାଇଁ ବ୍ଲେଡ ଗୁଡିକୁ ସେହି ରେଜରରେ ଫିଟ କରିବା ପାଇଁ ଏହି ଡିଜାଇନରେ ପ୍ରସ୍ତୁତ କରାଯାଇଥିଲା ।

ଏହାପରେ ଅନେକ କମ୍ପାନୀ ବ୍ଲେଡର ଭିନ୍ନ ଭିନ୍ନ ଡିଜାଇନ ମଧ୍ୟ ଆରମ୍ଭ କରିଥିଲେ କିନ୍ତୁ ତାହା ରେଜରରେ ଫିଟ ହେଲାନାହିଁ ସେଥିପାଇଁ ସେବେଠାରୁ ଆଜି ପର୍ଯ୍ୟନ୍ତ କେବଳ ଏହି ଡିଜାଇନ ସହିତ ବ୍ଲେଡ ଆସୁଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.