Below header

ସରିଆସିଲା ଡେଡଲାଇନ, ୩୦ତାରିଖ ପରେ ବ୍ୟାଙ୍କ ଆଉ ୨ ହଜାର ଟଙ୍କିଆ ନୋଟ ନେବନି

ସରିଆସିଲା ଡେଡଲାଇନ । ୨ହଜାର ଟଙ୍କିଆ ନୋଟ ବ୍ୟାଙ୍କରେ ଜମା ଓ ବଦଳ ପାଇଁ ବାକି ରହିଛି ଆଉ ମାତ୍ର ୩ଟି କାର୍ଯ୍ୟଦିବସ। ସେପ୍ଟେମ୍ବର ୧ ସୁଦ୍ଧା ବ୍ୟାଙ୍କିଂ ସିଷ୍ଟମକୁ ଫେରିଛି ୯୩ପ୍ରତିଶତ ଗୋଲାପୀ ନୋଟ ।

ସରିଆସିଲା ଡେଡଲାଇନ । ୨ହଜାର ଟଙ୍କିଆ ନୋଟ ବ୍ୟାଙ୍କରେ ଜମା ଓ ବଦଳ ପାଇଁ ବାକି ରହିଛି ଆଉ ମାତ୍ର ୩ଟି କାର୍ଯ୍ୟଦିବସ। ସେପ୍ଟେମ୍ବର ୧ ସୁଦ୍ଧା ବ୍ୟାଙ୍କିଂ ସିଷ୍ଟମକୁ ଫେରିଛି ୯୩ପ୍ରତିଶତ ଗୋଲାପୀ ନୋଟ । ତେଣୁ ଏହି ୩ଟି କାର୍ଯ୍ୟଦିବସ ଭିତରେ ବ୍ୟାଙ୍କ ସିଷ୍ଟମକୁ ଏହି ନୋଟ୍ ନ ଆସିଲେ, ୩୦ତାରିଖ ପରେ ବ୍ୟାଙ୍କ ଆଉ ଏହି ୨ ହଜାର ଟଙ୍କିଆ ନୋଟ ନେବନି।

ସେପ୍ଟେମ୍ବର ୩୦ ଡେଡଲାଇନ । ଆପଣଙ୍କ ପାଖରେ ଦୁଇ ହଜାର ଟଙ୍କିଆ ନୋଟ ଅଛିକି ? ତେବେ ତୁରନ୍ତ ବ୍ୟାଙ୍କ ଯାଇ ବଦଳାନ୍ତୁ । ଗୁରୁବାର ଛୁଟି ପଡୁଥିବାରୁ ହାତରେ ରହିଛି ମାତ୍ର ୩ ଦିନ । ୨ ହଜାର ଟଙ୍କା ନୋଟ ଜମା ଓ ବଦଳାଇବାକୁ ଆଉ ୩ ଟି କାର୍ଯ୍ୟ ଦିବସ ରହିଛି। ଆରବିଆଇ ଏ ନେଇ ପୂର୍ବରୁ ଘୋଷଣା କରିଛି ।

ଏହା ପରେ ବ୍ୟାଙ୍କ ଆଉ ୨ ହଜାର ଟଙ୍କିଆ ନୋଟ ନେବେ ନାହିଁ । ଗୋଲାପି ନୋଟର ଭାଗ୍ୟ କଣ ହେବ ସେ ନେଇ ଆଇବିଆଇ ପକ୍ଷରୁ କୈଣସି ସୂଚନା ଦିଆଯାଇ ନାହିଁ । ଏବେ ଦୁଇ ହଜାର ଟଙ୍କିଆ ନୋଟ ଜମା ଓ ବଦଳାଇବା ପାଇଁ କୌଣସି କଟକଣା ନାହିଁ ।

ଏବେ ପ୍ରାୟ ସବୁ ବ୍ୟାଙ୍କରେ ଗୋଲାପି ନୋଟ ବଦଳାଯାଉଛି । ନୋଟ ବଦଳାଇବାକୁ କୌଣସି ଫର୍ମ ପୂରଣ କିମ୍ବା ଫର୍ମ ପୂରଣ କରିବାକୁ ପଡୁ ନାହିଁ । ତେବେ ୫୦ ହଜାର ଟଙ୍କାରୁ ଅଧିକ ନୋଟ ବଦଳାଇବାକୁ KYC ଦେବାକୁ ପଡୁଛି ।

ଏ ପର୍ଯ୍ୟନ୍ତ ମାର୍କେଟରୁ ବ୍ୟାଙ୍କକୁ ୯୩ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ ଫେରିଆସିଲାଣି । ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ୩ ଲକ୍ଷ ୩୨ ହଜାର କୋଟି ଟଙ୍କା ମୂଲ୍ୟର ୨ ହଜାର ଟଙ୍କିଆ ନୋଟ ବ୍ୟାଙ୍କିଂ ସିଷ୍ଟମକୁ ଫେରି ଆସିଛି ।

ଯାହା ମୋଟ ୨ ହଜାର ଟଙ୍କାର ୯୩ ପ୍ରତିଶତ । ସେହିପରି ଅଗଷ୍ଟ ୧ ତାରିଖରେ ୮୮ ପ୍ରତିଶତ ଅର୍ଥାତ ୩ ଲକ୍ଷ ୧୮ ହଜାର ଟଙ୍କା ୨ ହଜାର ଟଙ୍କିଆ ମୂଲ୍ୟର ନୋଟ ବ୍ୟାଙ୍କରେ ଜମା ହୋଇଥିଲା । ଏ ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ବି ବଜାରରେ ୨୪ ହଜାର କୋଟିର ୨ ହଜାର ଟଙ୍କିଆ ନୋଟ ମହଜୁଦ ରହିଛି ।

ଉଚ୍ଚ ମୂଲ୍ୟର ଏହି ନୋଟ CLEAN NOTE POLICY ଅନୁସାରେ ଜମା ଓ ବଦଳାଇବାକୁ ମେ ୧୯ ତାରିଖରେ ଆରବିଆଇ ଘୋଷଣା କରିଥିଲା । ମେ ୨୩ ତାରିଖରୁ ୨ ହଜାର ଟଙ୍କିଆ ନୋଟର ବଦଳ ପକ୍ରିୟା ଆରମ୍ଭ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.