Below header

ହିମାଚଳ ମଣ୍ଡିରେ ଭୟଙ୍କର ସଡ଼କ ଦୁର୍ଘଟଣା, ହଠାତ୍‌ ରାସ୍ତା ଧସିବାରୁ ଖସିପଡିଲା ବସ୍‌: ୧୨ ଆହତ

ହିମାଚଳରେ ହଠାତ୍‌ ରାସ୍ତା ଧସିବା ଯୋଗୁଁ ସିମଲା ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାରେ ୧୨ ଜଣ ଆହତ ହୋଇଛନ୍ତି । ବସ୍‌ ଦୁର୍ଘଟଣା ହେବା ପରେ ସ୍ଥାନୀୟ ଲୋକ ଉଦ୍ଧାର କରି ଆହତଙ୍କୁ ହସପିଟାଲ ପଠାଇଥିଲେ ।

ହିମାଚଳ ମଣ୍ଡିରେ ରାସ୍ତା ଧସିବା ଯୋଗୁଁ ବସ୍‌ ଖସିପଡିବାରୁ ୧୨ ଜଣ ଆହତ ହୋଇଛନ୍ତି । ସିମଲା ଯାଉଥିବା ବସ୍‌ ସୁନ୍ଦରନଗର ଅଞ୍ଚଳରେ ଖାଇକୁ ଖସିଯାଇଥିଲା । ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ୮ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ସକାଳ ୫.୩୦ରେ ଘଟିଥିଲା ।

ହିମାଚଳ ପଥ ପରିବହନ ନିଗମର ନିର୍ଦ୍ଦେଶକ ରୋହନ ଚନ୍ଦ ଠାକୁର କହିଛନ୍ତି, ବସ୍‌ ନମ୍ବର HP-31-1315 ସୁନ୍ଦର ନଗରରୁ ସିମଲା ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ବସ୍‌ ଡ୍ରାଇଭର ସୁନୀଲ କୁମାର ଏବଂ କଣ୍ଡକ୍ଟର ମେଧ ରାମ ସୁନ୍ଦରନଗରରୁ ସିମଲା ଯାଉଥିବା ଏନଆରଟିସି ବସ୍‌ ରାସ୍ତା ଧସିବା ଯୋଗୁଁ ତଳକୁ ଖସିପଡିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

ଯେଉଁଠାରେ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି, ସେଠାରେ ୪୫ ମିଟର ରାସ୍ତା ଧସିଯାଇଥିଲା । ଦୁର୍ଘଟଣା ପରେ ରାସ୍ତା ଯାତାୟାତ ପାଇଁ ବନ୍ଦ ରହିଥିଲା । ମଣ୍ଡି ଜିଲ୍ଲାରେ ଭିନ୍ନ ଭିନ୍ନ ସ୍ଥାନରେ ଲଗାତାର ବର୍ଷା ଯୋଗୁଁ ଏଭଳି ଭୂସ୍ଖଳନ ଘଟଣା ସାମ୍ନାକୁ ଆସୁଛି । ତେବେ ସତର୍କତାର ସହିତ ଯାତ୍ରା କରିବା ପାଇଁ ସ୍ଥାନୀୟପ୍ରଶାସନ ଅପିଲ୍‌ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.