ରାଜ ପରିବାର କଳି: ଟାଉନ୍ ଥାନାର ଦ୍ବାରସ୍ଥ ହେଲେ ଅଦ୍ରିଜା ମଞ୍ଜରୀ ସିଂଦେଓ

ବଲାଙ୍ଗିର ଟାଉନ୍ ଥାନାରେ ଅଦ୍ରିଜା ମଞ୍ଜରୀ ସିଂଦେଓ । ରାଜ ପରିବାରରେ ଘରୋଇ ହିଂସା ମାମଲାରେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ବଲାଙ୍ଗିର ପ୍ୟାଲେସ୍ ଆସିବାକୁ ପୋଲିସର ସୁରକ୍ଷା ମାଗିଛନ୍ତି ଅଦ୍ରିଜା ।

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର ଟାଉନ୍ ଥାନାରେ ଅଦ୍ରିଜା ମଞ୍ଜରୀ ସିଂଦେଓ । ରାଜ ପରିବାରରେ ଘରୋଇ ହିଂସା ମାମଲାରେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ବଲାଙ୍ଗିର ପ୍ୟାଲେସ୍ ଆସିବାକୁ ପୋଲିସର ସୁରକ୍ଷା ମାଗିଛନ୍ତି ଅଦ୍ରିଜା । ସେଠାରେ ଥିବା ତାଙ୍କର ଜିନିଷପତ୍ର ନେବାକୁ ସେ ବଲାଙ୍ଗିର ଆସିଛନ୍ତି । ଶାଶୁଘରେ ରହିବା ସମୟରେ ସ୍ବାମୀ, ଶାଶୁ, ଶ୍ବଶୂର, ଦେଢ଼ଶୁର ଓ ଜାଆଙ୍କ ପକ୍ଷରୁ ଜୀବନ ପ୍ରତି ବିପଦ ରହିଛି । ଏଥିପାଇଁ ପୋଲିସ ସୁରକ୍ଷା ଯୋଗାଇ ଦେବାକୁ ଟାଉନ୍ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଅଦ୍ରିଜା ।

ଏନେଇ ପୂର୍ବରୁ ସେ ବଲାଙ୍ଗିର ଏସପିଙ୍କୁ ଦୁଇ ଥର ଇ-ମେଲ୍ ଯୋଗେ ଚିଠି ଲେଖିଥିଲେ । ଅର୍କେଶ ଓ ତାଙ୍କ ପରିବାର ପକ୍ଷରୁ ଭୟ ଥିବାରୁ ସୁରକ୍ଷା ଦେବାକୁ ଜଣାଇଥିଲେ । ଅର୍କେଶ ନାରାୟଣ ସିଂହଦେଓ ଓ ପତ୍ନୀ ଅଦ୍ରିଜାଙ୍କ ଘରୋଇ ହିଂସା ମାମଲା ଥାନାରେ ପହଞ୍ଚିଛି । ପୂର୍ବରୁ ଅଦ୍ରିଜାଙ୍କ ଅଭିଯୋଗ ଆଧାରରେ ସ୍ଵାମୀ ଅର୍କେଶଙ୍କ ସମେତ ୫ ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା ଡେରାଡନ୍ ପୋଲିସ । ଏହାପରେ ଅର୍କେଶଙ୍କ ଘରୋଇ ସହାୟିକାଙ୍କ ଅଭିଯୋଗ ଆଧାରରେ ଅଦ୍ରିଜା, ତାଙ୍କ ବାପା ଓ ଭଉଣୀଙ୍କ ନାଁରେ ମାମଲା ରୁଜୁ କରିଥିଲା ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.