ମାଂସ ବୋଝେଇ ଟ୍ରକ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ, ଦୁଇ ଡ୍ରାଇଭର ଓ ବେପାରୀ ଅଟକ

ଜାଳିଦେଲେ ମାଂସ ବୋଝେଇ ଟ୍ରକ । ଆଠଗଡ଼ ପଟୁ ବାଙ୍କୀ ବୈଦେଶ୍ୱର୍ ଟି ବ୍ରିଜ ଉପର ଦେଇ ଆସୁଥିଲା ଟ୍ରକ । ଟ୍ରକରେ ଗୋମାଂସ ବୋଝେଇ ହୋଇଥିବା ଜାଣିବା ପରେ ଗତକାଲି ରାତିରେ ବୈଦେଶ୍ୱର ଥାନା ପୁରୁଣା ପାଣି ଗାଁ ନିକଟରେ ସ୍ଥାନୀୟ ବାସିନ୍ଦା ଟ୍ରକଟିକୁ ଅଟକାଇ ନିଆଁ ଲଗାଇ ଦେଇଥିଲେ ।

ବାଙ୍କୀ (କେନ୍ୟୁଜ): ଜାଳିଦେଲେ ମାଂସ ବୋଝେଇ ଟ୍ରକ । ଆଠଗଡ଼ ପଟୁ ବାଙ୍କୀ ବୈଦେଶ୍ୱର୍ ଟି ବ୍ରିଜ ଉପର ଦେଇ ଆସୁଥିଲା ଟ୍ରକ । ଟ୍ରକରେ ଗୋମାଂସ ବୋଝେଇ ହୋଇଥିବା ଜାଣିବା ପରେ ଗତକାଲି ରାତିରେ ବୈଦେଶ୍ୱର ଥାନା ପୁରୁଣା ପାଣି ଗାଁ ନିକଟରେ ସ୍ଥାନୀୟ ବାସିନ୍ଦା ଟ୍ରକଟିକୁ ଅଟକାଇ ନିଆଁ ଲଗାଇ ଦେଇଥିଲେ । ଡ୍ରାଇଭର ସହିତ ଦୁଇଜଣ ବେପାରୀଙ୍କୁ ମଧ୍ୟ ଅଟକ ରଖିଥିଲେ ।

ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଟ୍ରକକୁ ଜବତ କରିବା ସହିତ ଡ୍ରାଇଭର ଓ ଇଜଣ ବେପାରୀଙ୍କୁ ଥାନାରେ ଅଟକ ରଖିଛି। କଳା ପଥର ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିଲେ । ତେବେ ଏବେ ବି ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.