ଜେଜେ କୋଟିପତି ହେଲେ ପେଟ ପୋଷିବା ପାଇଁ ନାତି ହେଲେ ଦିନ ମଜୁରିଆ, ଜାଣନ୍ତୁ ଆମେରିକା ଫେରନ୍ତା ଏହି ନାତିଙ୍କ କାହାଣୀ

ଜେଜେ ବାପା ହେଉଛନ୍ତି କୋଟିପତି । କିନ୍ତୁ ପେଟ ପୋଷିବା ପାଇଁ ନାତି କରୁଛନ୍ତି ଦିନ ମଜୁରିଆ କାମ । ସୁଦୂର ଆମେରିକାରୁ ଏମବିଏ ପାଠ ପଢିଥିବା ବେଳେ ଚାକିରି ନକରି ମଜୁରିଆ ଜୀବନ ଅତିବାହିତ କରୁଛନ୍ତି । ଆମେ ଯାହାଙ୍କ କଥା କହୁଚୁ ସେ ହେଉଛନ୍ତି ଗୁଜୁରାଟର ସବୁଠୁ ବଡ ବ୍ୟବସାୟୀ ସାବଜୀ ଭାଇ ଢୋଲକିଆ। ଯିଏ କି ନିଜ ନାତିକୁ ଘରୁ ବାହାର କରିଦେଇଛନ୍ତି । ସୂଚନା ଅନୁସାରେ ଜେଜେ ବାପା ତାଙ୍କ ନାତି କୁ ମାସକ ପାଇଁ ନିଜେ ରୋଜଗାର କରି ପେଟ ପୋଷିବାକୁ କହିଲେ ।

ଜେଜେ ବାପା ହେଉଛନ୍ତି କୋଟିପତି । କିନ୍ତୁ ପେଟ ପୋଷିବା ପାଇଁ ନାତି କରୁଛନ୍ତି ଦିନ ମଜୁରିଆ କାମ । ସୁଦୂର ଆମେରିକାରୁ ଏମବିଏ ପାଠ ପଢିଥିବା ବେଳେ ଚାକିରି ନକରି ମଜୁରିଆ ଜୀବନ ଅତିବାହିତ କରୁଛନ୍ତି । ଆମେ ଯାହାଙ୍କ କଥା କହୁଚୁ ସେ ହେଉଛନ୍ତି ଗୁଜୁରାଟର ସବୁଠୁ ବଡ ବ୍ୟବସାୟୀ ସାବଜୀ ଭାଇ ଢୋଲକିଆ। ଯିଏ କି ନିଜ ନାତିକୁ ଘରୁ ବାହାର କରିଦେଇଛନ୍ତି । ସୂଚନା ଅନୁସାରେ ଜେଜେ ବାପା ତାଙ୍କ ନାତି କୁ ମାସକ ପାଇଁ ନିଜେ ରୋଜଗାର କରି ପେଟ ପୋଷିବାକୁ କହିଲେ । ଯାହାକୁ ମାନି ନାତି ଘର ଛାଡି ଚାଲିଯାଇଛନ୍ତି ।

ଦେଶର ଜଣେ ଖ୍ୟାତନାମା ବ୍ୟବସାୟୀଙ୍କ ହେଉଛନ୍ତି ସାବଜୀ ଭାଇ ଢୋଲକିଆ । ହୀରାର ସହର ସୁରଟରେ ତାଙ୍କର ନିଜସ୍ବ ବ୍ୟବସାୟ ରହିଛି। କିନ୍ତୁ ତାଙ୍କ ଚିନ୍ତାଧାରା ତାଙ୍କୁ ଅନ୍ୟ ମାନଙ୍କଠୁ ସ୍ୱତନ୍ତ୍ର କରି ରଖିଚି । ଆମେରିକାରୁ ଏମବିଏ ପଢି ଫେରିଥିବା ନାତିକୁ ଘରୁ ବାହାର କରିଦେଇ ଏବେ ସେ ଚର୍ଚାରେ ଅଛନ୍ତି । ଜୀବନର ମୂଲ୍ୟ କୁ ବୁଝେଇବା ପାଇଁ ନିଜେ କଷ୍ଟ କରି କପରି ପେଟ ପୋଷିବେ ତାର ଏକ ଶିକ୍ଷା ଦେବା ପାଇଁ ସେ ଏହି ନିଷ୍ପତି ନେଇଥିଲେ। କେବଳ ଗୋଟିଏ ମାସ ପାଇଁ ତାଙ୍କ ନାତି କିପରି ନିଜେ ରୋଜଗାର କରି ପେଟ ପୋଷିବ, ସେ ଶିକ୍ଷା ଦେବା ପାଇଁ ତାଙ୍କୁ ଘରୁ ବାହାର କରିଦେଲେ । ଆଉ ଜେଜେବାପା ଙ୍କ ଏହି ଆଦେଶକୁ ଅକ୍ଷର ଅକ୍ଷରେ ମାନି ହାଇଦ୍ରାବାଦ ଚାଲିଆସିଲେ ନାତି ।

ବ୍ୟବସାୟୀ ସାବଜୀ ଭାଇ ଢୋଲକିଆଙ୍କୁ ସମସ୍ତେ ଜାଣନ୍ତି । ଯିଏ ନିଜ କର୍ମଚାରୀଙ୍କୁ ପୂଜାପାର୍ବଣରେ ଦାମିକିଆ ଉପହାର ଦେଇ ସବୁବେଳେ ଚର୍ଚାରେ ରୁହନ୍ତି । ଖାସ କରି ଦୀପାବଳିରେ ବୋନସ୍ ଭାବେ ନିଜ ପାଖରେ ଥିବା କର୍ମଚାରୀଙ୍କୁ ଦାମୀ କାର୍, କୋଠା ଓ ଅଳଙ୍କାର ଆଦି ଭେଟି ଦିଅନ୍ତି । ହେଲେ ଏବେ ନିଜ ନାତିକୁ ମାସକର ଏହି ଦଣ୍ଡ କୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ଅଛନ୍ତି ।

ରିପୋର୍ଟ ଅନୁସାରେ ସାବଜୀ ଭାଇ ଢୋଲକିଆଙ୍କ ବର୍ତ୍ତମାନ ବାର୍ଷିକ ଆୟ ରହିଛି ୧.୫ ବିଲିଅନ୍, ଯାହା ଭାରତୀୟ ମୁଦ୍ରାରେ ୧୨ ହାଜର କୋଟିରୁ ବି ଅଧିକ ହେବ । ଏପରି ସ୍ଥିତିରେ ସେ ନିଜ ନାତି ରୁବିନ୍ ଢୋଲକିଆଙ୍କୁ ଜୀବନର ଏମିତି ଶିକ୍ଷା ଦେବାକୁ ଯାଇ ପ୍ରଶଂସା ସାଉଣ୍ଟୁଛନ୍ତି । ଯିବା ସମୟରେ ନାତିଙ୍କୁ ମାତ୍ର ୬ ହଜାର ଟଙ୍କା ଦେଇ ଘରୁ ବିଦା କରିଥିଲେ । ଲକ୍ଷ୍ୟ ଥିଲା ରାଜକୀୟ ସୁବିଧାଠୁ ବହୂ ଦୂରରେ ରହି ଜଣେ ସାଧାରଣ ବ୍ୟକ୍ତି ଭାବେ ଜୀବନ ଜିଇଁବାକୁ ସଂଘର୍ଷ କରିବା ।

ଜେଜେଙ୍କ ଏହି କଥାକୁ ମାନି ସବୁ ସୁଖକୁ ଛାଡି ଗତ ଜୁନ୍ ୩୦ ତାରିଖରେ ଘର ଛାଡିଥିଲେ ରୁବିନ୍ । ପାଖରେ ନା ମୋବାଇଲ ଥିଲା ନା କିଛି ସାର୍ଟିଫିକେଟ୍ । ହାଇଦ୍ରାବାଦରେ ପ୍ରତ୍ୟେକ ଦିନ କଷ୍ଟରେ ଚଳୁଥିଲେ ରୁବିନ । ପ୍ରଥମ କିଛି ଦିନ ତାଙ୍କୁ ରହିବା ଓ ଖାଇବା ସହ କାମ ଖୋଜିବାରେ ଚାଲିଗଲା । ଜେଜେଙ୍କର ନିର୍ଦ୍ଦେଶ ଥିଲା ଯେପରି କାହାରି ଆଗରେ ସେ ନିଜର ପ୍ରକୃତ ପରିଚୟ ନଦିଅନ୍ତି । ସବୁଠି ତାଙ୍କୁ ରିଜେକ୍ସନର ସାମ୍ନା କରିବାକୁ ପଡିଥିଲା ।

ଅନେକ ଚେଷ୍ଟା ପରେ ତାଙ୍କୁ ଏକ ଗାର୍ମେଣ୍ଟ ସୋରୁମରେ ସେଲ୍ସମ୍ୟାନ ଚାକିରି ମିଳିଲା । ସେଠାରେ ସେ ୯ ଦିନ କାମ କରିବା ଭିତରେ ଜିନିଷ ବିକ୍ରି ଓ ଗ୍ରାହକଙ୍କ ସହ ବ୍ୟବହାର ଶୈଳୀ ଶିଖିଲେ । ଏହାପରେ ହୋଟେଲରେ ୱେଟର ଭାବେ କାମ କଲେ । ଏଠାରେ ସେ ୮ ଦିନ କାମ କରିବା ଭିତରେ ପ୍ଲେଟ ସଜାଡିବା ଓ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ଶିଖିଲେ । ଜଣେ ଗ୍ରାହକ ତାଙ୍କୁ ୨୭ ଟଙ୍କା ଟିପ୍ ଦେଇଥିଲେ, ଯାହା ତାଙ୍କୁ ଖୁସି କରାଇଦେଇଥିଲା । ପରେ ସେ ଏକ ଘଣ୍ଟା ସୋ ରୁମରେ କାମ କଲେ ।

ଏହା ପରେ ଏକ ବ୍ୟାଗ୍ ଦୋକାନରେ କାମ କଲେ । ସବୁଠାରୁ କଷ୍ଟକର ଥିଲା ହୋଟେଲରେ କାମ କରିବା । ଯେତେବେଳେ ଏତେ କାମ କରି ଘଣ୍ଟାଏ ଛିଡା ହେବାପରେ ୨୦୦୦ ଟଙ୍କା ପାଇଲେ । ସେତିକିବେଳେ ରୁବିନ୍ ବୁଝିପାରିଲେ ଜଣେ ସାଧାରଣ ଲୋକ ପେଟ ପାଇଁ କେଉଁ ପ୍ରକାର ସଂଘର୍ଷର ସାମନା କରେ … ରୁବିନଙ୍କ ଜୁଲାଇ ୩୦ରେ ଏହି କାମ ସରିଲା । ରୋଜଗାର କରିଥିବା ୮,୬୦୦ ଟଙ୍କା ନେଇ ଘରକୁ ଫେରିଲେ । ପରେ ତାଙ୍କର ଭବ୍ୟ ସ୍ୱାଗତ କରାଯାଇଥିଲା ।

ପ୍ରକୃତରେ ସମସ୍ତଙ୍କ ଘରେ ଏମିତି ଜଣେ ବ୍ୟକ୍ତି ରହିବା ଦରକାର ଯିଏ କି ତାଙ୍କ ସାନ ମାନଙ୍କୁ ଜୀବନର ପ୍ରକୃତ ଅର୍ଥ ବୁଝାଇବା ପାଇଁ ଏମିତି କଡା ଆଦେଶ ଦେବା ଜରୁରୀ । ନିଜେ କଷ୍ଟ କରି ଅର୍ଜିତ କରିଥିବା ଧନ କୁ ପାଇବା ପାଇଁ ଯେତେବେଳେ ଜଣେ ସମର୍ଥ ହୋଇଯାଏ ସେତେବେଳେ ସେ ନିଜ ସହ ପରିବାରର ଗୁରୁ ଦାୟିତ୍ୱ ନେବାର ଯୋଗ୍ୟ ହୁଏ ବୋଲି ବୁଝାପଡ଼େ । ତେଣୁ ଆପଣ ମାନେ ବି ଏହି କଥା କୁ ଧ୍ୟାନ ଦିଅନ୍ତୁ । ଜୀବନ ବିତାଇବା ପାଇଁ କଡା ପରିଶ୍ରମ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.