Below header

ବିଜେପି ସାଂସଦ ଜୟାପ୍ରଦାଙ୍କୁ ୬ ମାସ ଜେଲ୍‌ ଏବଂ ୫ ହଜାର ଟଙ୍କାର ଜରିମାନା

ବିଜେପି ସାଂସଦ ଜୟାପ୍ରଦାଙ୍କୁ ଲେବର ଗଭର୍ଣ୍ଣମେଣ୍ଟ ଇସୋରାନ୍ସ କର୍ପୋରେସନ୬ ମାସ ଜେଲ୍‌ ଏବଂ ୫ ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ ମିଳିଛି । ଜୟପ୍ରଦାଙ୍କ ଥିଏଟରରେ କାମ କରୁଥିବା କର୍ମଚାରୀଙ୍କୁ ଦରମା ଏବଂ ଇଏସଆଇ ଦେଉନଥିବା ଅଭିଯୋଗରେ ମାମଲା ଦାଏର ହୋଇଥିଲା ।

୮୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ଜୟାପ୍ରଦାଙ୍କୁ ୬ ମାସ ଜେଲ ସହିତ ଜରିମାନା ଲାଗିଛି । ଚେନ୍ନାଇର ଏକ ଅଦାଲତ ତାଙ୍କୁ ଦୋଷୀ ପାଇ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଜୟାପ୍ରଦାଙ୍କ ଉପରେ ୫ ହଜାର ଟଙ୍କାର ଜରିମାନା ଲାଗିଛି । ଅଦାଲତ ଜୟାପ୍ରଦାଙ୍କ ବିଜନେସ ପାର୍ଟନର ରାମ କୁମାର ଏବଂ ରାଜା ବାବୁଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି । ଜୟାପ୍ରଦା ନିଜ ଥିଏଟରରେ କାମ କରୁଥିବା ଲୋକଙ୍କୁ ଇଏସଆଇ ପଇସା ଦେଇନଥିବା ଅଭିଯୋଗ ଲାଗିଥିଲା ।

ଜୟାପ୍ରଦା ଚେନ୍ନାଇର ଏକ ଥିଏଟର ଚଲାଉଥିଲେ । ଯାହାକୁ ସେ ପରେ ବନ୍ଦ କରିଦେଇଥିଲେ । ଥିଏଟରରେ କାମ କରୁଥିବା କର୍ମଚାରୀ ଜୟାପ୍ରଦାଙ୍କ ବିରୋଧରେ ଅଭିଯୋଗ କରିଥିଲେ । କର୍ମଚାରୀଙ୍କ କହିବାନୁଯାୟୀ, ଜୟାପ୍ରଦା ତାଙ୍କୁ ଦରମା ଏବଂ ଇଏସଆଇ ପଇସା ଦେଉନଥିଲେ ।

ଏହି ମାମଲାରେ ଲେବର ଗଭର୍ଣ୍ଣମେଣ୍ଟ ଇସୋରାନ୍ସ କର୍ପୋରେସନ ପକ୍ଷରୁ ଜୟାପ୍ରଦା ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଚେନ୍ନାଇର ଏଗମୋର ମାଜିଷ୍ଟ୍ରେଟ କୋର୍ଟରେ ମାମଲା ଦାଏର କରିଥିଲେ । ଏହା ପରେ ଜୟାପ୍ରଦା ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ମାନିନେଇଥିଲେ ଏବଂ ମାମଲା ଖାରଜ କରିବାକୁ ଦାବି କରି ବକେୟା ରାଶି ଦେବାକୁ କଥା ଦେଇଥିଲେ । ଏହି ମାମଲାରେ ଅଦାଲତଙ୍କ ଏହି ଅପିଲକୁ ଖାରଜ କରିବା ସହିତ ଜୟାପ୍ରଦାଙ୍କୁ ଜରିମାନା ସହିତ ୬ ମାସର ଜେଲ ଦଣ୍ଡ ଶୁଣାଇଛନ୍ତି ।

ଜୟାପ୍ରଦା ଇଣ୍ଡଷ୍ଟ୍ରୀର ଜଣେ ଲୋକପ୍ରିୟ ଅଭିନେତ୍ରୀ । କିନ୍ତୁ ୧୯୯୪ରେ ଅଭିନୟ ଜଗତ ଛାଡି ତେଲୁଗୁ ଦେଶମ ପାର୍ଟିରେ ଯୋଗ ଦେଇ ରାଜନୀତିରେ ଏଣ୍ଟ୍ରି କରିଥିଲେ । ଏହା ପରେ ରାଜ୍ୟସଭା ସାଂସଦ ଏବଂ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ରେ ସେ ଟିଡିପି ଛାଡି ବିଜେପିରେ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.