ଡାଇନୋସର ଠାରୁ ବି ବଡ଼ ଥିଲା ଏହି ଜୀବ, ୩ ଲକ୍ଷ କିଲୋଗ୍ରାମରୁ ଅଧିକ ଥିଲା ଓଜନ

ପୃଥିବୀରେ ଡାଇନୋସରମାନଙ୍କ ଠାରୁ ଏକ ବଡ଼ ଜୀବ ଥିଲା। ବୈଜ୍ଞାନିକମାନେ ଏହାର ଜୀବାଶ୍ମ ଭାବେ ମେରୁଦଣ୍ଡର ହାଡ ଏବଂ ଅନ୍ୟ କିଛି ହାଡ଼ ପାଇଛନ୍ତି । ବୈଜ୍ଞାନିକଙ୍କ ଅନୁଯାୟୀ ଏହି ଜୀବଟି ହ୍ୱେଲର ପୂର୍ବଜ । ଏହାର ଅବଶେଷ ଆଧାରରେ ବୈଜ୍ଞାନିକମାନେ କହିଛନ୍ତି ଯେ ପୃଥିବୀରେ ମିଳିଥିବା ସମସ୍ତ ଜୀବଙ୍କ ଅପେକ୍ଷା ଏହି ଜୀବ ଅଧିକ ଭାରୀ ।

ଦୁନିଆରେ ଥିବା ବଡ଼ ଜୀବମାନଙ୍କ ବିଷୟରେ କହିବାକୁ ଗଲେ ସର୍ବପ୍ରଥମେ ଡାଇନୋସରମାନଙ୍କ କଥା ମନକୁ ପ୍ରଥମେ ଆସେ । କିନ୍ତୁ ଯଦି ଆମେ ପୃଥିବୀରେ ଏହା ଠାରୁ ଏକ ବଡ଼ ଜୀବ ବିଷୟରେ କହିବୁ ତେବେ ଆପଣ କ’ଣ କହିବେ ? ପୂର୍ବ ସମୟରେ ଏଭଳି ଏକ ପ୍ରାଣୀ ଥିଲା ଯାହା ଡାଇନୋସର ଠାରୁ ବଡ଼ ଥିଲା ବୋଲି ଦାବି କରାଯାଇଛି । ଯାହା ବ୍ଲୁ ହ୍ୱେଲର ପୂର୍ବଜ । ଏହା ହ୍ୱେଲଠାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ ଥିଲା । ନିକଟରେ ଦକ୍ଷିଣ ଉପକୂଳ ନିକଟ ଇକା ମରୁଭୂମିରେ ବୈଜ୍ଞାନିକମାନେ ଏହାର ଅବଶିଷ୍ଟାଂଶ ପାଇବା ପରେ ସମଗ୍ର ଦୁନିଆ ଏହି ଜୀବ ବିଷୟରେ ଜାଣିବାକୁ ପାଇଥିଲା ।

ବୈଜ୍ଞାନିକମାନେ ଏହି ଜୀବକୁ ପେରୁସେଟସ୍ କୋଲୋସସ୍ ନାମ ଦେଇଛନ୍ତି । ବୈଜ୍ଞାନିକମାନେ ଏହାର ଜୀବାଶ୍ମ ଭାବେ ମେରୁଦଣ୍ଡର ହାଡ ଏବଂ ଅନ୍ୟ କିଛି ହାଡ଼ ପାଇଛନ୍ତି । ବୈଜ୍ଞାନିକଙ୍କ ଅନୁଯାୟୀ ଏହି ଜୀବଟି ହ୍ୱେଲର ପୂର୍ବଜ। ଏହାର ଅବଶେଷ ଆଧାରରେ ବୈଜ୍ଞାନିକମାନେ କହିଛନ୍ତି ଯେ ପୃଥିବୀରେ ମିଳିଥିବା ସମସ୍ତ ଜୀବଙ୍କ ଅପେକ୍ଷା ଏହି ଜୀବ ଅଧିକ ଭାରୀ ।

ଏହି ଅନୁସନ୍ଧାନର ମୁଖ୍ୟ ରିସର୍ଚ୍ଚର ଜୋଭାନି ବିୟାନୁଚି ଏହାର ଆକାରକୁ ନେଇ ସୂଚନା ଦେଇଛନ୍ତି ଯେ, ଏହି ଜୀବର କେବଳ କିଛି ଅବଶିଷ୍ଟାଂଶର ଓଜନ ପ୍ରାୟ ପାଞ୍ଚରୁ ଆଠ ଟନ୍ ଥିଲା । ଏହି ଜୀବର ପ୍ରକୃତ ଓଜନ ବିଷୟରେ ଜୋଭାନି କହିଛନ୍ତି ଯେ ଏହା ନିଶ୍ଚିତ ଭାବରେ ଅତି କମରେ ୩୪୦ ଟନ୍ ହୋଇଥିବ । ଏହାର ଲମ୍ବ ପ୍ରାୟ ୨୦ ମିଟର ହେବ । ଯଦି ଏହାକୁ ଫୁଟ ଏବଂ କିଲୋଗ୍ରାମ ଦେଖିବା, ଏହାର ଲମ୍ବ ୬୫ ଫୁଟ ଏବଂ ଓଜନ ୩ ଲକ୍ଷ କିଲୋଗ୍ରାମରୁ ଅଧିକ ହେବ ।

ବୈଜ୍ଞାନିକଙ୍କ ଅନୁଯାୟୀ ଏହି ଜୀବ ପ୍ରାୟ ଚାରି କୋଟି ବର୍ଷ ପୂର୍ବେ ପୃଥିବୀରେ ଉପସ୍ଥିତ ଥିଲେ । ଏହି ସମୟ ମଧ୍ୟରେ, ପୃଥିବୀରେ ଉପସ୍ଥିତ ଅଧିକାଂଶ ଜୀବ ଅତ୍ୟଧିକ ବିଶାଳକାୟ ଥିଲେ । ତେବେ ସେହି ସମୟରେ ପୃଥିବୀରେ ଅଧିକ ଅମ୍ଳଜାନ ରହିଥିଲା, ତେଣୁ ସେହି ସମୟର ସମସ୍ତ ଜୀବ ଏବଂ ଗଛ ଲତାର ଆକାର ବଡ଼ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.