Below header

ତେଲେଙ୍ଗାନାରେ ଇଣ୍ଟରମିଡିଏଟ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଆତ୍ମହତ୍ୟା କଲେଣି ୧୯ ଛାତ୍ରଛାତ୍ରୀ

ହାଇଦ୍ରାବାଦ: ତେଲେଙ୍ଗାନାର ଇଣ୍ଟରମିଡିଏଟ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପାଖାପାଖି ୧୯ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ କିଛି ବର୍ଷ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପରୀକ୍ଷାରେ ବିଫଳ ହୋଇଥିବା ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା କରୁଥିବା ଜଣାପଡିଥିଲେ ମଧ୍ୟ ଚଳିତ ବର୍ଷ ଏହି ସଂଖ୍ୟା ବଢି ୧୯ରେ ପହଁଚିଛି।

examଏପ୍ରିଲ ୧୮ରେ ଇଣ୍ଟର୍‌ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ତିରୁମଲପୁରର ଜଣେ ୧୭ ବର୍ଷୀୟ ଛାତ୍ରୀ ଏସ୍‌ ଜ୍ୟୋତି ନିଆଁରେ ପୋଡି ହୋଇ ଆତ୍ମହତ୍ୟା କରିଥିଲେ। ମୀଥି ନାମକ ଅନ୍ୟ ଜଣେ ଛାତ୍ରୀ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ବେଳେ ମେଡ଼କ ଜିଲ୍ଲାର ୧୮ ବର୍ଷୀୟ ରାଜୁ ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଅତି ତରବରିଆ ଭାବେ ପରୀକ୍ଷା ଫଳ ପ୍ରକାଶ କରାଯାଇଥିବାରୁ ବିଫଳ ହୋଇଥିବା ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଥିବା କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.