Below header

୪୪ ଫୁଟର ବରେଓ୍ଵଲ ଭିତରେ ତିନି ବର୍ଷର ଶିଶୁ : ୨୦ ଘଣ୍ଟା ହେବ ଚାଲିଛି ରେସକ୍ୟୁ ଅପରେସନ୍

ବିହାର : ବରେଓ୍ଵଲରେ ଶିଶୁ । ୪୪ ଫୁଟ ଗଭୀର ବରେଓ୍ଵଲରେ ପଡ଼ିଗଲା ତିନି ବର୍ଷର ଶିଶୁ । ଉଦ୍ଧାର ପାଇଁ ୨୦ ଘଣ୍ଟା ହେବ ଚାଲିଛି ରେସକ୍ୟୁ ଅପରେସନ୍। ଘଟଣା ଘଟିଛି ବିହାର ମୁଙ୍ଗେର ଜିଲ୍ଲାରେ । ଗତକାଲି ଅପରାହ୍ଣରେ ପିଲାଟି ଖେଳୁଥିବା ସମୟରେ ବରେଓ୍ଵଲ ଭିତରେ ପଡ଼ିଯାଇଥିଲା । ଘଟଣା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ଓ ଏସ୍ଡିଆରଏଫ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି । ସ୍ଥାନୀୟ ହସ୍ପିଟାଲର ଡାକ୍ତର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପିଲାଟିର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । ଲଗାତର ପିଲାଟିକୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି । ସିସିଟିଭି ମାଧ୍ୟମରେ ବରେଓ୍ଵଲ ଭିତରେ ଥିବା ପିଲାଟି ଉପରେ ନଜର ରଖାଯାଇଛି । ପିଲାଟିକୁ ଉଦ୍ଧାର କରିବା ପାଇଁ ବରେଓ୍ଵଲକୁ ଖୋଳାଯାଉଛି । ଏଥିପାଇଁ ୫୦ରୁ ଅଧିକ ଶ୍ରମିକ ନିୟୋଜିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.