ଓଲଟିଲା ଟାଟା ମ୍ୟାଜିକ୍ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ମୟୂରଭଞ୍ଜ : ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ମୟୂରଭଞ୍ଜ ଜିଲ୍ଲା ଉଦଳା ଲାବଣ୍ୟଦେଈପୁରରୁ ଗାଡ଼ିଟି ନୂଆସାହି ଯାଉଥିବାଲା। ଜଡ଼ିଦା ଛକରେ ଏହି ଦୁର୍ଘଟଣା ଘଟିଛି । ୧୪ଜଣ ଶ୍ରମିକଙ୍କୁ ନେଇ ଗାଡ଼ିଟି ଯାଉଥିବାବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ଏଥିରେ ଥିବା ୯ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି। ୫ଜଣଙ୍କୁ କପ୍ତିପଦା ୪ଜଣଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ କରୁଛି କପ୍ତିପଦା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.