ବୋହୂ ଆଣିବାକୁ ଯାଇଥିଲେ ହେଲେ ବାଟରେ ଜଗିଥିଲା ଯମ: ବରଯାତ୍ରୀ ଗାଡି ଓଲଟି ୫ ମୃତ, ୩୦ରୁ ଅଧିକ ଗୁରୁତର

ଶେହଡୋଲରେ ଶୁକ୍ରବାର ରାତିରେ ଏକ ବଡ ସଡ଼କ ଦୁର୍ଘଟଣା ହୋଇଛି। ଏଠାରେ ୪୨ ବରଯାତ୍ରୀ ଭର୍ତ୍ତି ହୋଇଥିବା ପିକ୍ଅପ୍ ଭ୍ୟାନ ଓଲଟିବା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଛି। ବରଯାତ୍ରୀ ଗାଡି ଜୟସିଂହଗରର ଡୋହକା ଗାଁରୁ ଦେବଲୋନ୍ଦକୁ ଯାଉଥିଲା। ଏହି ଘଟଣାରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୦ ଜଣ ଗୁରୁତର ରହିଛନ୍ତି। ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଜଣେ ମୃତ୍ୟୁବରଣ କରିଥିବା ଜଣାପଡିଛି।
ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ଟ୍ଵିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପ୍ରତି ସମବେଦନା ଜଣାଇବା ସହିତ ଆହତଙ୍କ ଶୀଘ୍ର ସୁସ୍ଥ ହେବା କାମନା କରିଛନ୍ତି।
शहडोल में बारातियों से भरा वाहन पलटने से कई अनमोल जिंदगियों के निधन का दु:खद समाचार प्राप्त हुआ।
दिवंगतों को ईश्वर से अपने श्री चरणों में स्थान देने एवं परिजनों को यह दुख सहन करने की शक्ति प्रदान करने की प्रार्थना है। घायलों के शीघ्र स्वास्थ्य लाभ की कामना करता हूं: CM
— CMO Madhya Pradesh (@CMMadhyaPradesh) June 18, 2022
ଘଟଣା ଘଟିବା ବେଳେ ଜୋରରେ ଚିତ୍କାର ଶୁଣିବାକୁ ମିଳିଥିଲା। ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଉଦ୍ଧାର କରିବା ପାଇଁ ପହଞ୍ଚିଯାଇଥିଲେ। ସ୍ଥାନୀୟ ଲୋକ ଗାଡିରେ ଫସିଥିବା ଲୋକଙ୍କୁ ବାହାର କରିବା ବେଳେ ୪ ଜଣ ମରିସାରିଥିଲେ। ଅନ୍ୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୋଲିସକୁ ଘଟଣା ବିଷୟରେ ଜାଣିବା ପରେ ଯାଞ୍ଚ ଆରମ୍ଭ କରିଛି।