Below header

ଦେଢଘଣ୍ଟାର ପ୍ରୟାସ ପରେ କାର୍‌ ଭିତରୁ ଉଦ୍ଧାର ହେଲା ୧୨ ଫୁଟର ଅଜଗର, ଦେଖିଲେ ଥରି ଉଠିବ ଛାତି

ଘଞ୍ଚ ଜଙ୍ଗଲ ଏବଂ ସବୁଜତା ସହିତ କୋବ୍ରା ଅଞ୍ଚଳରେ ଦିନରେ ସାପ ଦେଖାଯାଏ | କୋବ୍ରା, ନାଗ ସାପ, ଅଜଗର ଏବଂ ଡ୍ରାଗନ୍ ସମେତ ଅନେକ ପ୍ରଜାତିର ବିପଜ୍ଜନକ ସାପ ଏଠାରେ ଦେଖିବାକୁ ମିଳେ| ନିକଟରେ ଜଣେ ବ୍ୟକ୍ତିଙ୍କ ସ୍କୁଟିର କ୍ୟାବିନେଟ ଭିତରେ ସାପ ପଶିଯାଇଥିଲା, ଯାହାକୁ ସ୍ନାକ୍ସ କ୍ୟାଚର ଦ୍ୱାରା ଅତି ଯତ୍ନର ସହ ବାହାର କରାଯାଇଥିଲା।

ସୂଚନା ମୁତାବକ ଗତକାଲି ସହରର ଦାଦର କ୍ଷେତ୍ରରେ ରହୁଥିବା ଅଜୟ ସବୁଦିନ ଭଳି ଘରେ ପହଞ୍ଚିବା ପରେ ନିଜ କାର୍‌ କୁ ଅଗଣାରେ ରଖିଥିଲେ। କିଛି ସମୟ ପରେ ସେ ଏକ ବିଶାଳକାୟ ଅଜଗର ଘର ଆଡକୁ ଆସୁଥିବାର ଦେଖିଥିଲେ। ଏହାପରେ ସାପଟି କାର୍‌ ର ବୋନେଟ୍‌ ଭିତରେ ପଶି ଯାଇଥିଲା। ବୋନେଟ୍‌ ଭିତରେ ଫସି ରହିଥିବା ବେଳେ ଛଟପଟ ହେବା ସହ ଜୋରରେ ନିଶ୍ୱାସ ନେଉଥିଲା। ଉକ୍ତ ଘଟଣା ସମ୍ପର୍କରେ ଗାଡି ମାଲିକ ଜାଣିବା ପରେ ସାପ ଧରାଳିଙ୍କୁ ସୂଚନା ଦେଇଥିଲେ। ଏହାପରେ ପାଖାପାଖି ଦେଢ ଘଣ୍ଟାର ଉଦ୍ୟମ ପରେ କାର୍‌ ର ବୋନେଟ୍‌ ରୁ ପ୍ରାୟ ୧୨ ଫୁଟ ଲମ୍ବର ଅଜଗର ସାପ ବାହାର କରାଯାଇଥିଲା।

python1ରିପୋର୍ଟ ଅନୁଯାୟୀ ଅଜଗରଟି କାର୍‌ ର ବୋନେଟ୍‌ ରେ ପହଞ୍ଚିବା ସହଜ ନଥିଲା। ଏହିକାରଣରୁ କାରଟିକୁ ନିକଟରେ ଥିବା ଏକ ଗ୍ୟାରେଜକୁ ନିଆଯାଇଥିଲା। ସେଠାରେ ପାଖାପାଖି ଦେଢ ଘଣ୍ଟା ଚେଷ୍ଟା କରିବା ପରେ ସାପଟିକୁ କାର୍‌ ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସୂଚନା ଯୋଗ୍ୟ ଉକ୍ତ ୧୨ ଫୁଟ ଲମ୍ବର ଅଜଗରକୁ ବନ ବିଭାଗର ଅଧିକାରୀଙ୍କୁ ହସ୍ତାନ୍ତର କରାଯିବା ପରେ ବର୍ତ୍ତମାନ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡିଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.