Below header

ନିୟନ୍ତ୍ରଣ ହରାଇ ଓଲଟିଲା ଟ୍ରାକ୍ଟର: ଦୁଇ ମୃତ, ୨୦ ଆହତ

ଉନ୍ନାଓର ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ଏକ ସଡକ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି କରିଛି।
ସୂଚନା ମୁତାବକ, ଲକ୍ଷ୍ନୌର ଲୋଧେଶ୍ୱର ଶିବ ମନ୍ଦିରରୁ ଟ୍ରାକ୍ଟର ଯୋଗେ ଅନେକ ଶ୍ରଦ୍ଧାଳୁ ଫେରୁଥିଲେ। ଟ୍ରାକ୍ଟରର ଗତି ଅଧିକ ଥିବାରୁ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଲୋକେ ଆହତ ହୋଇଛନ୍ତି। ଦୁର୍ଘଟଣା ଘଟିବା ମାତ୍ରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଗୁରୁତର ଭାବେ ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି କରିଛି।
ଏମାନେ ସମସ୍ତେ ବିଲୋହର ଥାନା ଅଞ୍ଚଳର ବାସିନ୍ଦା। ଏହି ଦୁର୍ଘଟଣା ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେର ବାଙ୍ଗରାମଉ କୋତବାଲୀ ନିକଟରେ ସକାଳ ୬ଟାରେ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.